ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି

38

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟ ସରକାର ଓଆରଏସପି (ଓଡ଼ିଶା ରିଭାଇଜଡ ସ୍କେଲ ଅଫ ପେ)ନିୟମ ୨୦୦୮ ଅନୁଯାୟୀ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେମାନେ ୧୫୪ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଏହା ବୃଦ୍ଧି ପାଇ ୧୬୪ ପ୍ରତିଶତରେ ପହଞ୍ଚିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୧୯ ଜୁଲାଇ ୧ ତାରିଖରୁ ଲାଗୁ ହେବ। ଚଳିତମାସ ଦରମାରେ ସଂପୃକ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗାଭତ୍ତା ପାଇବା ସହ ଏହା ପରେ ପରେ ବକେୟା ମହଙ୍ଗାଭତ୍ତା ଅର୍ଥ ପ୍ରଦାନ କରାଯିବ। କେନ୍ଦ୍ର ସରକାର ମଧ୍ୟ ଷଷ୍ଠ ବେତନ କମିଶନ ଆଧାରରେ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ୨୦୧୯ ଅକ୍ଟୋବର ୨୫ ତାରିଖରେ ୧୦ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଫଳରେ ସେମାନେ ୧୬୪ ପ୍ରତିଶତ ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ୧ରୁ ପିଛିଲା ଭାବେ ପାଉଛନ୍ତି। ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀମାନେ ୨୦୧୬ ବେତନ କମିସନ ଆଧାରରେ ଦରମା ପାଉଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More