ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବାଲେଶ୍ଵର ଜିଲାର ହୋଇଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ଵର ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି।