ରାଜ୍ୟର ଅଧେରୁ ଅଧିକ ଜିଲା ପାଇଁ ସତର୍କ ସୂଚନା ଜାରି, ଉପକୂଳକୁ ବଜ୍ରପାତ ଭୟ, ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ଼

38

Get real time updates directly on you device, subscribe now.

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟର ଅଧେରୁ ଅଧିକ ଜିଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩୦ ଜିଲା ମଧ୍ୟରୁ ୧୭ ଜିଲାକୁ ବିପଦ ରହିଛି । ଉପକୂଳ ଓଡ଼ିଶାରେ ବଜ୍ରପାତ ଭୟ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ଼ ଓ କାଳ ବୈଶାଖୀ ଭୟ ରହିଛି । ଏଥିପାଇଁ ପାଣିପାଗ ବିଭାଗ ‘ୟେଲୋ ୱାଣ୍ଣିଂ’ ଜାରି କରାଯାଇଛି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଦିଆଯାଇଥିବା ସୂଚନା ଅନୁସାରେ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ପୁରୀ, ଜଗତସିଂହପୁର, କଟକ, ଖୋର୍ଧା, କେନ୍ଦ୍ରାପଡ଼ା, ଯାଜପୁର, କଟକ ଆଦି ଦିଲାରେ ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା ରହିଛି । ସେହିପରି ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ବି ଅନୁରୂପ ବର୍ଷା ଓ ବଜ୍ରପାତ ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ବିପଦ ଆଶଙ୍କା କରିଛି ପାଣିପାଗ ବିଭାଗ । ଅପରପକ୍ଷରେ  କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାର କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More