ରାଜ୍ୟରେ ୨୩ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

9

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ପୁଣି ୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୪୩୭କୁ ବୃଦ୍ଧି ପାଇଛି। ଏହି ୨୩ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ଵରରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୩, ଯାଜପୁରରୁ ୩ ଏବଂ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ଵରରେ ସଂକ୍ରମିତଙ୍କ ସଂଖ୍ୟା ୫୭ରେ ପହଞ୍ଚିଥିବାବେଳେ ଯାଜପୁରରେ ୬୪ ଏବଂ ଗଞ୍ଜାମରେ ଏହା ୧୫୭ରେ ପହଞ୍ଚିଛି। ସେହିପରି ବୌଦ୍ଧରେ ମୋଟ ୫ ଓ ପୁରୀରେ ୪ ଆକ୍ରାନ୍ତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୫ ଜଣ ସୁସ୍ଥ ହୋଇଥିବାବେଳେ ୩୪୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More