ଭୁବନେଶ୍ବର (ସଂଘର୍ଷ ମିଡିଆ ) : ଜଙ୍ଗଲ ବିଭାଗ ଦ୍ଵାରା ପାଳିତ ଓ ଅଭୟାରଣ୍ୟରେ ଥିବା ହାତୀ ମାନଙ୍କର ଯତ୍ନ , ଚିକିତ୍ସା, ସୁରକ୍ଷା ଦେବାରେ ଜଙ୍ଗଲ ବିଭଗ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଯାହା ପାଇଁ ହାତୀ ମୃତ୍ୟୁ ବଢି ଚାଲିଛି । ଏହା ଉପରେ ଵିସ୍ତୃତ ବିବରଣୀ ସହିତ ଇଣ୍ଟରନାସନାଲ ହିୟୁମାନ ରାଇଟ୍ସର ରାଜ୍ୟ ମୁଖ୍ୟ ଡ଼ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଇଂ ଶଶାଙ୍କ ଶେଖର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ରାଜ୍ୟପାଳ ଏହି ଘଟଣା ଉପରେ ଶୁଣି ଅତି ଦୁଃଖ ପ୍ରକାଶ କରିଥିଲେ ଓ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଜ ଅଧିକାରୀଙ୍କୁ କହିଥିଲେ । ପୋଷା ହାତୀ ନନ୍ଦ ଯାହାକୁକି ଟ୍ରେନିଂ ପାଇଁ ଚନ୍ଦକା wild life division ଅଧିନ ଗୋଡିବାରୀ-ଚନ୍ଦକା ଅଭୟାରଣ୍ୟରେ ୧୧ ବର୍ଷ ହେଲା ବନ୍ଧା ହେଇକି ରଖା ଯାଇଥିଲା । ଦୀର୍ଘ ୩ ବର୍ଷ ହେଇଗଲା IHRC ଟିମ ଦେଖିଆସୁଛି ହାତୀ ନନ୍ଦକୁ ଗୋଟିଏ ଜାଗାରେ କଡ଼ିରେ ବନ୍ଧା ରଖା ଯାଇଛି । ତାର ମାହୁନ୍ତ ଡ଼ରିକି ତାର ପାଖ ମାଡୁ ନାହାନ୍ତି । ଦୂରରୁ ଖାଦ୍ୟ ପକେଇ ଦେଉଛନ୍ତି । ତାକୁ ପୁଣି କୁଂକି ଟ୍ରେନିଂ ଦିଆ ଯାଉଛି ୧୧ ବର୍ଷ ହେଲା । ତାର ଦେହ ଦିନକୁ ଦିନ ବିଗିଡି ଚାଲିଥିଲା,ଶରୀର ଝଡି ଚାଲିଥିଲା,କିନ୍ତୁ ବନବିଭାଗ ଅଧିକାରୀ ମାନଙ୍କ ଚକ୍ଷୁରେ ତାହା ଆସିନଥିଲା । ଶେଷରେ ନନ୍ଦ ୧୬ May,୨୦୨୨ ଦିନ ମୃତ୍ୟୁବରଣ କଲା । ପାଖରେ ଥିବା ଗାଁ ଲୋକମାନେ କୁହନ୍ତି ମାରିବା ପୂର୍ବରୁ ସେ ରାତିରେ ବହୁତ ଚିତ୍କାର କରେ, ଯାହା ଶୁଣିବାକୁ ଅତି କଷ୍ଟ ଦାୟକ ଥିଲା । IHRC ଟିମ ବହୁ ଆଗରୁ ରାଜ୍ୟପାଳଙ୍କୁ ଦେଖା କରିବାକୁ ଓ ହାତୀର ଏହି ଅବସ୍ଥାକୁ ଦୃଷ୍ଟିକୁ ଆଣିବାକୁ ଚାହିଁଥିଲା, କିନ୍ତୁ Covid ନିୟମାବଳୀ ପାଇଁ ରାଜ୍ୟପାଳଙ୍କ ଦେଖା ମିଳିପାରିନଥିଲା । ହାତୀ ନନ୍ଦ ମୃତ୍ୟୁର ନିରପେକ୍ଷ ତଦନ୍ତ କରାଯାଉ , କୁଂକି ଟ୍ରେନିଂ MOU ରେ ଅଛି ଟ୍ରେନିଂ ସଂସ୍ଥାର କାର୍ଯ୍ୟ ପ୍ରତି ମାସରେ DFOଙ୍କ ଦ୍ଵାରା ତଦାରଖ ହେଇ ଟ୍ରେନିଂ ଅବଧି ବଢିବା କଥା । ସେ ସଂସ୍ଥା ଟ୍ରେନିଂ ଦେବାରେ ବିଫଳ ହେଲା ପରେବି ୧୧ବର୍ଷ କାଳ ଗୋଟିଏ ସଂସ୍ଥାକୁ କେଉଁ ଉଦେଶ୍ୟରେ ଠିକା ଦିଆ ଯାଇଥିଲା ତାର ତଦନ୍ତ ହେଉ । କୁଙ୍କି ଟ୍ରେନିଂ ନାଁରେ ୧୧ ବର୍ଷ କାଳ କେତେ ଖର୍ଚ୍ଚ ହେଇଛି, ତାର Adit ହେଉ ସାରା ରାଜ୍ୟରେ । ଟ୍ରେନ ଧକାରେ ହାତୀ ବାରମ୍ବାର ମରି ଚାଲିଛନ୍ତି, Forest Dept.ଓ Railway Dept. ଭିତରେ ସମନ୍ୱୟ ରହୁନି କାହିଁକି ? ତାର ତଦନ୍ତ ହେଉ, ହାତୀର ଗତିବିଧି ଲକ୍ଷ କରିବାକୁ forest department ଏତେ କର୍ମଚାରୀ ନିୟୋଜିତ କଲେବି,ହାତୀ ମୃତ୍ୟୁ କାହିଁକି ରୋକି ହେଉନି ତାକୁ ନେଇକି ଗୋଟେ କମିଟି ଗଠନ ହେଉ । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।