ଭୁବନେଶ୍ଵର(ସଂଘର୍ଷ ମିଡିଆ ) : ରାଜ୍ୟରେ ଲକ୍ଡାଉନ୍ କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ: ସରକାର । ୧୭ ଜିଲ୍ଲାରେ ସକାଳ ୭ରୁ ସନ୍ଧ୍ୟା ୫ ଯାଏ ଏବଂ ୧୩ ଜିଲ୍ଲାରେ ୭ଟା ରୁ ଦିନ୧ଟା ପଯ୍ୟନ୍ତ ଖୋଲା ରହିବ ଦୋକାନ । ଓଡିଶା ସରକାର ବୁଧବାର ଦିନ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି।୧୭ ଟି ଜିଲ୍ଲାରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ଯାଏ ଦୋକାନ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ବାକି ୧୩ ଟି ଜିଲ୍ଲାରେ ସକାଳ ୬ ଟାରୁ ୧ ଟା ମଧ୍ୟରେ ଦୋକାନ ଖୋଲିବ।