ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଯାତ୍ରୀବାହୀ ବସ୍ ସେବା ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସିଗଲାଣି। ଲକ୍ଡାଉନ୍ କଟକଣା କୋହଳ ହେବା ପରେ ସ୍ବଳ୍ପ ସଂଖ୍ୟକ ବସ୍ ଚଳାଚଳ ଆରମ୍ଭ କରିଥିଲା। କିନ୍ତୁ ଏବେ ତାହା ଦୁଇ ଅଙ୍କ ତଳକୁ ଖସି ଗଲାଣି। ଗୋଟିଏ ପଟେ ଯାତ୍ରୀ ମିଳୁ ନଥିବା ବେଳେ ଅନ୍ୟପଟେ କିଛି ଜିଲା ପ୍ରଶାସନ ଆଗୁଆ ସୂଚନା ନଦେଇ ହଠାତ୍ ସଟ୍ ଡାଉନ୍ ଘୋଷଣା କରିବା ଦ୍ବାରା ବସ୍ ଯାତ୍ରୀ ଦୁର୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।