ରାଜ୍ୟରେ ପୁଣି ଜନନୀ ଯନ୍ତ୍ରଣା, ପ୍ରସୂତି ମହିଳାକୁ ଖଟିଆରେ ବୋହି ନାଳ ପାର କରାଇଲେ ଗ୍ରାମବାସୀ

11

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ମୋହନା ବ୍ଲକ କୁସୁମପଲ୍ଲୀ ଗାଁରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ଭଲ ରାସ୍ତା ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ନାଳ ପାର କରାଇ ମେଡିକାଲକୁ ନେଇଛନ୍ତି ଗ୍ରାମବାସୀ । ଗାଁର ବନମାଳୀ ନାୟକଙ୍କ ପତ୍ନୀ ସଂଯନୀ ନାୟକଙ୍କ ପ୍ରସବ ସମୟ ହେବାରୁ ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ଗାଁ ଠାରୁ ଲିଲିଗଡ ଯାଏଁ ଗୋଟିଏ କିମି ରାସ୍ତା ଗ୍ରାମବାସୀ ଖଟରେ ବୋହି ନାଳ ପାର କରାଇ ଚନ୍ଦ୍ରଗିରି ମେଡିକାଲର ଭର୍ତି କରିଥିଲେ । ସେଠାରେ ଏକ ପୁତ୍ର ସନ୍ତାନ ପ୍ରସବ କରିବା ପରେ ପୁଣିଥରେ ଖଟରେ ବୋହି ନାଳ ପାର କରାଇ ଗାଁକୁ ନେଇଛନ୍ତି ଗ୍ରାମବାସୀ । ଏହି ରାସ୍ତା ଉପରେ କୁସୁମପଲ୍ଲୀ, ସୁନାରୀ ପଲ୍ଲୀ, କୁଟିଙ୍ଗପଦର ଗାଁ ସମେତ ୪ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ନାଳରେ ପୋଲ ନ ଥିବାରୁ ବର୍ଷ ବର୍ଷ ଧରି ସମସ୍ୟା ଭୋଗିଆସୁଛନ୍ତି ଗ୍ରାମବାସୀ । ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More