ରାଜ୍ୟରେ ପୁଣି ଜନନୀ ଯନ୍ତ୍ରଣା , ଗର୍ଭବତୀ ଆଶା ଦିଦିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସରେ ଆଣିବା ସମୟରେ ଶିଶୁ କନ୍ୟା ଜନ୍ମ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ତେନ୍ତୁଳିଖୁଣ୍ଟି ବ୍ଲକ୍ ଲାମତାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ି ଗ୍ରାମର ଆଶା ଦିଦି ପଙ୍କଜିନି ହରିଜନ ନିଜେ ପ୍ରସବ ବେଦନା ପାଇବା ପରେ ତାଙ୍କ ସ୍ଵାମୀ ଭୁବନ ହରିଜନ ୧୦୨ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ। ହେଲେ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଅଟକି ଗଲା । ଭାରରେ ବୋହି ଆଣୁ ଥିବା ସମୟରେ ରାସ୍ତା ରେ ଆଜି ସକାଳେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି। ନିଜ ସମ୍ପର୍କୀୟ ଭାରରେ କିଛି ବାଟ ଆଣିବା ପରେ ଆମ୍ବୁଲାନ୍ସ୍ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଛି ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More