ନବରଙ୍ଗପୁର (ସଂଘର୍ଷ ମିଡିଆ ) : ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା , ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ଖଟିଆ ରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ଅନ୍ତର୍ଗତ କୂର୍ସି ପଂଚାୟତର ରାବନାଗୁଡା ଗ୍ରାମରେ । ସଂପୃକ୍ତ ଗ୍ରାମର ମନଦେଇ ଭତ୍ରା ନାମକ ଜଣେ ମହିଳା ଗୁରୁତର ଭାବେ ଜ୍ୱର ରେ ପୀଡିତ ଥିବାବେଳେ ଆମ୍ବୁଲାନ୍ସ ଡକା ଯାଇଥିଲା ଆମ୍ବୁଲାନ୍ସ ଆସିଲା ହେଲେ ବିପର୍ଯ୍ୟସ୍ତ ଓ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ରାବନାଗୁଡା ପାଖରେ ପହଂଚି ନପାରି ଗ୍ରାମର ୨ କିଲୋମିଟର ଦୂର ଜାମଧୋଡ଼ି ନିକଟରେ ଅଟକି ରହିଥିଲା। ତେବେ ଗ୍ରାମ ର କେତେକ ଲୋକ ଖଟିଆ ସାହାଯ୍ୟରେ ରୋଗୀ କୁ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ତେବେ ଏହି ରାସ୍ତା ମରାମତି ପାଇଁ ବାରମ୍ବାର ସରପଞ୍ଚ ଓ ପ୍ରଶାସନ ଙ୍କୁ ଅଭିଯୋଗ କଲା ପରେ ମଧ୍ୟ ରାସ୍ତା ତିଆରି ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ତୁରନ୍ତ ଏହି ରାସ୍ତାକୁ ପକ୍କାରାସ୍ତାରେ ପରିଣତ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ପଛେଇବେ ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।
Get real time updates directly on you device, subscribe now.