ରାଜ୍ୟରେ ପୁଣି ଜଣେ କୃଷକର ଆତ୍ମହତ୍ୟା

11

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ବ୍ଲକ ରାଜୁଆଳି ବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା । ମହିଳା ଗ୍ରୁପ ଋଣ ସୁଝିବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟ କରିବାରୁ ଚାଷୀ ଜଣକ ଆତ୍ମ ହତ୍ୟା କରିଛନ୍ତି । ଆତ୍ମ ହତ୍ୟା କରିଥିବା ଚାଷୀ ହେଲେ ମହେନ୍ଦ୍ର ଦାସ ।ସେ ବେକରେ ରଶି ଲଗାଇ କରିଛନ୍ତି ଆତ୍ମ ହତ୍ୟା । ମୃତ ମହେନ୍ଦ୍ର ୪ ଗୋଟି ଘରୋଇ ଅର୍ଥ ଲଗାଣ କାରି ସଂସ୍ଥା ରୁ ୫୦ ହଜାର ଟଙ୍କା ଋଣ ନେଇଥିଲେ । ତେବେ କରୋନା ପାଇଁ ଜାରି ହୋଇ ଥିବା ଲକ ଡାଉନ ଓ ସଟ ଡାଉନ ଯୋଗୁ କାମ ଧନ୍ଦା ବନ୍ଦ ଥିବାବେଳେ ପୁଅ ବାହାରୁ ଆସି ଘରେ ବେକାର ହୋଇ ଘରେ ରହିଛି । ଠିକ୍ ଏପରି ସ୍ଥଳେ ଋଣ ଟଙ୍କା ପାଇଁ ଘରୋଇ କମ୍ପାନୀ ର ଜୁଲମ । ତେଣୁ ଋଣ ଟଙ୍କା ଦେଇ ପାରୁ ନ ଥିବାରୁ ମହେନ୍ଦ୍ର ମାନସିକ ଚାପରେ ଥିଲେ । ତେଣୁ ସେ ଆତ୍ମ ହତ୍ୟା କରିଛନ୍ତି ବୋଲି ପରିବାର ଓ ଗ୍ରାମ ବାସିମାନେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More