ରାଜ୍ୟରେ ଥିବା ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରୋକ୍ ଲଗେଇବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିଷେଧ

11

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଥିବାରୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ ନିଷେଧ ପାଇଁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ବିଭାଗ। ଗଞ୍ଜେଇ ବ୍ୟବହାର ରୋକିବାକୁ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ନିର୍ଦ୍ଦେଶ ଦେଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ପଦ୍ମଶ୍ରୀ ବାବା ବଳିଆ ସ୍ଵାଗତ କହିଛନ୍ତି,ଗଞ୍ଜେଇ ଟାଣିଲେ ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ସେ ଜାଣିନଥିବା କହିଛନ୍ତି। ଆଖଣ୍ଡଳମଣିଙ୍କ ପୀଠର ମୁଖ୍ୟ ସେବାୟତ ବିଜୟ କୁମାର ଦାସ କହିଛନ୍ତି, ଭଗବାନ ଶିବଙ୍କ ‘ଘରସଣ’ ସମୟରେ ଗଞ୍ଜେଇ ବା ଭାଙ୍ଗ ବ୍ୟବହାର ହୋଇଥାଏ ଏହା ଏକ ଶହ ଶହ ବର୍ଷର ପରମ୍ପରା। ‘ଘରସଣ’ ଭୋଗରେ ଭକ୍ତଙ୍କୁ ଭୋଗ ଲାଗି କରାଯାଏ। ଯଦି ସରକାର ଶିବଙ୍କ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣା ଲଗାନ୍ତି, ତେବେ ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି । ଏହି ନିଷେଧାଦେଶ ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟକୁ ବଜାୟ ରଖିବା ସହ ବେଆଇନ ଦ୍ରବ୍ୟର ଅପବ୍ୟବହାରକୁ ରୋକିବା ବୋଲି ସୂଚନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More