ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶୁକ୍ରବାର ୧୦ ଟି ସ୍ଥାନର ତାପମାତ୍ରା ୪୦.୦ ଡ଼ିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲସିୟସ ଟିଟିଲାଗଡ ଠାରେ ରେକର୍ଡ କରାଯାଇଛି । ଶୁକ୍ରବାର ଟିଟଲାଗଡର ତାପମାତ୍ରା ୪୨.୫ ଡ଼ିଗ୍ରୀ ସେଲସିୟସ ,ତାଳଚେର-୪୨.୦,ବଲାଙ୍ଗୀର – ୪୧.୦, ମାଲକାନଗିରି – ୪୧.୨, ଭବାନୀପାଟଣା- ୪୦.୮, ଅନୁଗୁଳ- ୪୦.୭, ସମ୍ବଲପୁର-୪୦.୨, ସୁବର୍ଣ୍ଣପୁର-୪୦.୦, ବୌଦ୍ଧ-୪୦.୦ ଓ ପାରଳାଖେମୁଣ୍ଡିର ୪୦.୦ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।