ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ,ସପ୍ତାହ ପର୍ଯନ୍ତ ନିସ୍ତାର ନାହିଁ

49

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ ହେଉଛି। ପାରଦ ଧୀରେ ଧୀରେ ତେଜୁଥିବାବେଳେ ସକାଳ ୯ରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ସବୁଠି ମୁଣ୍ଡଫଟା ଖରା ଲାଗିରହିଛି। ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୪୨ଡ଼ିଗ୍ରୀକୁ ମୁହାଁଇଲାଣି। ବୁଧବାର ତାଳଚେରର ତାପମାତ୍ରା ସବୁଠୁ ଅଧିକ ୪୧.୭ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବଲାଙ୍ଗୀର ତାପମାତ୍ରା ମଧ୍ୟ ୪୧ ଡ଼ିଗ୍ରୀ ଉପରେ ରହିଛି। ଏହାଛଡ଼ା ମାଳକାନଗିରି ସହିତ ଶିଳ୍ପ ସହର ଅନୁଗୋଳରେ ପାରଦ କିଛି ଦିନ ହେଲା କ୍ରମାଗତ ଭାବେ ୪୦ଡ଼ିଗ୍ରୀ ଉପରେ ରହୁଛି। ଟିଟିଲାଗଡ଼, ମାଲକାନଗିରି, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୦ରୁ ୪୧ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୨ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ସପ୍ତାହେ ଧରି ରାଜ୍ୟରେ ତାତି ଲାଗିରହିବାର ସମ୍ଭାବନା ଅଛି। ତେବେ ଏହି ସମୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀ ବା ଅଧିକ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More