ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ, ୪୦ ଟପିଲା ପାରଦ

36

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ନିଆଁ ବର୍ଷୁଛି। କରୋନା ସଂକ୍ରମଣ ଆଶଙ୍କାରେ ସାରା ରାଜ୍ୟ ଏବେ ଲକଡାଉନ ଭିତରେ ଥିବାବେଳେ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ପାରଦ ପ୍ରାୟ ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ସୋମବାର ରାଜ୍ୟର ୧୨ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଥିବାବେଳେ ଚାରିଟି ସ୍ଥାନରେ ୪୧ରୁ ୪୨ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ସବୁଠୁ ଅଧିକ ୪୧.୫ଡ଼ିଗ୍ରୀ ଥିବା ରେକର୍ଡ଼ ହୋଇଛି। ଏହାଛଡ଼ା ବାରିପଦା,ବଲାଙ୍ଗୀରରେ ମଧ୍ୟ ତାପମାତ୍ରା ୪୧ଡ଼ିଗ୍ରୀ ଉପରେ ରହିଛି। କଟକ, ଚାନ୍ଦବାଲି, ଅନୁଗୋଳ, ତାଳଚେର, ମାଲକାନଗିରି, ନୟାଗଡ଼, ବୌଦ୍ଧ, ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ରାଜ୍ୟର ପ୍ରାୟ ୧୬ଟି ସ୍ଥାନରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More