ଭୁବନେଶ୍ଵର : ଆଜି ରାଜ୍ୟରେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟର ଏବଂ ୩ ଜଣ ସ୍ଥାନୀୟ ବ୍ୟକ୍ତି ରହିଥିବା ଜଣାପଡିଛି ।