ରାଜ୍ୟରେ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ‘ସେସୁ କନେକ୍ଟ’: ଦେଇପାରିବେ ବିଜୁଳି ବିଲ୍

11

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ) ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ସେସୁ ପକ୍ଷରୁ ଆରମ୍ଭ ହୋଇଛି ଡ଼ିଜିଟାଲ ଗ୍ରାହକ ସେବା ‘ସେସୁ କନେକ୍ଟ’ ।  ଗୁଗୁଲ ପ୍ଲେ ଷ୍ଟୋରରୁ ଗ୍ରାହକମାନେ ଏହି ଆପକୁ ଡ଼ାଉନଲୋଡ଼ କରି ପାରିବେ । ଏହା ଜରିଆରେ ଗ୍ରାହକମାନେ ସେମାନଙ୍କର ବିଲ୍ ଜମା କରିପାରିବେ ଓ ଆବଶ୍ୟକ କ୍ଷେତ୍ରରେ ଅଭିଯୋଗ ପଞ୍ଜିକରଣ କରିପାରିବେ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସେବାକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ବିଲିଂ ଓ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଏହି ଆପ୍ ଜରିଆରେ ଗ୍ରାହକ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More