ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ବୁଧବାର ଆଉ ୧୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନେ ୧୪ଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବାରେଣ୍ଟାଇନ ସେଣ୍ଟରର ଏବଂ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି