ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ରୁ ୭ , ସୁନ୍ଦରଗଡରୁ ୭ ଓ କେନ୍ଦୁଝରରୁ ୨, ଗଞ୍ଜାମରୁ ୫୨, ବାଲେଶ୍ବର ରେ ୩୩ ନୂଆ ପଜିଟିଭ୍ କେସ ରହିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୬ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ଓଡ଼ିଶାରେ କରୋନାରେ ୪୧୬ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।