ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲା ବରି ବ୍ଲକର ୬୨ବର୍ଷୀୟ ପୁରୁଷ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଏଥିସହିତ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଖ୍ୟା ୪୮ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ଜଣଙ୍କ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି।