ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁର ସହରରେ ଗତ ଏପ୍ରିଲ ୧୨ ଓ ଏପ୍ରିଲ ୧୪ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସାତ୍ମକ ଘଟଣାରେ ଜଣେ ଆଦିବାସୀ ଭାଇଙ୍କୁ ହତ୍ୟା ଘଟଣାରେ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା, ଏହା ଏକ ସୁନିୟୋଜିତ ଆକ୍ରମଣ ଓ ପ୍ରଶାସନିକ ଅବ୍ଯବସ୍ଥା ତଥା ସୂଚନା ତନ୍ତ୍ରର ଅପାରଗତା ଓ ନିଷ୍ଫଳତା ପ୍ରତିବାଦରେ ଆଦିବାସୀ କର୍ମୀ ବଂଶୀଧର ମାଝୀଙ୍କ ଆବାହକତ୍ଵ ଏବଂ ଯୁବ ସଂଗଠକ ବିଧାନ ଚନ୍ଦ୍ର ଗୁରୁଙ୍କ ନେତୃତ୍ଵରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପ୍ରାୟ ଅନେକ ଗ୍ରାମର ଶତାଧିକ ହିନ୍ଦୁ ଭାଇମାନେ କଣ୍ଟାମାଳରେ ଏକତ୍ରିତ ହୋଇ କଲରାକୋଠା ଠାରୁ ପଦଯାତ୍ରା ଓ ବାଇକରାଲିରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କୁ ମହାମହିମ ରାଜ୍ୟପାଳ ଓଡ଼ିଶା ଶାସନଙ୍କ ଉଦ୍ଦେଶ୍ୟରେ ଯଥାଶୀଘ୍ର ଉଚ୍ଚିତ ନ୍ୟାୟ ପ୍ରଦାନ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଗତ ଏପ୍ରିଲ ୧୬ ତାରିଖ ବଜରଙ୍ଗ ଦଳ ତରଫରୁ ସାରା ଓଡ଼ିଶାରେ ୧୨ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସମଗ୍ର ହିନ୍ଦୁ ସମାଜ ତରଫରୁ ଅନନ୍ତ ବାଘ, ପ୍ରଣବ ନାଏକ, ଦେବବ୍ରତ ପାଣିଗ୍ରାହୀ, ପିନାକ ରଣା ପ୍ରମୁଖ ପ୍ରତିନିଧିତ୍ଵ କରିଥିଲେ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More