କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ୭୭ ଜନ୍ମ ଉତ୍ସବ କେନ୍ଦ୍ରାପଡା କଂଗ୍ରେସ ଭବନରେ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପୁର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ସିବିର ଅନୁଷ୍ଠିତ ହୋଇଥିଲା । ବହୁ କଂଗ୍ରେସ ନେତାଙ୍କଠାରୁ କର୍ମି ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଦେଶପାଇଁ ଆତ୍ମବଳୀଦାନ କରିଥିବା ସ୍ବର୍ଗତଃ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପରେ ଏହି ପୂଣ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ରକ୍ତଦାନ କରିଛନ୍ତି କଂଗ୍ରେସ କର୍ମୀମାନେ ଓ ସାଧାରଣ ଲୋକମାନେ । ଏହି ରକ୍ତଦାନ ସିବିରରେ ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇ ସାରିଥିଲା ।