ରାଜସ୍ୱ ଅଧିକାରୀଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ସହାୟକ ଜିଲ୍ଲାପାଳ ଶ୍ରୀମତୀ ହେମଲତା ମାଝି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗର ସେକ୍ସନ ଅଫିସର ଭଗବାନ ପାଣିଗ୍ରାହୀଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀମତି ମାଝି ତା ୨.୯.୧୯୮୦ ତାରିଖରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୪୨ ବର୍ଷ ଚାକିରି ଜୀବନ ପରେ ଆଜି ସରକାରି ଚାକିରି ରୁ ଅବସର ଗ୍ରହଣ କରିଥିଲେ। ଶ୍ରୀମତି ମାଝିଙ୍କ ଚାକିରି ବ୍ୟତୀତ ସାହିତ୍ୟ କଳା ସଂସ୍କୃତି ପ୍ରତି ଗଭୀର ରୁଚି ରଖିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ଉପ ବିଭାଗ ର ସେକ୍ସନ ଅଫିସର ଭଗବାନ ପାଣିଗ୍ରାହୀ ଙ୍କୁ ମଧ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଶ୍ରୀ ପାଣିଗ୍ରାହୀ ତା ୩୧.୧୦.୮୫ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ରୁ ଚାକିରି ଆରମ୍ଭ କରିଥିଲେ। ଦୀର୍ଘ ୩୬ ବର୍ଷ ସାତ ମାସ ସରକାରୀ ଚାକିରୀ କଲାପରେ ଆଜି ୩୧.୦୫. ୨୦୨୨ ତାରିଖରେ ସରକାରୀ ସେବା କାର୍ଯ୍ୟରୁ ଅଵସର ଗ୍ରହଣ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପ୍ରଥମେ ଅବିଭକ୍ତ କୋରାପୁଟ ଜିଲ୍ଲାର କଲନୋରା ବ୍ଲକ ରୁ କନିଷ୍ଠ କିରାଣୀ କାର୍ଯ୍ୟ ଆରମ୍ଭ କରି ଶେଷରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ପାପଡାହାଣ୍ଡି, ଏବଂ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ କାମ କରି ପରିଶେଷରେ ସେକ୍ସନ ଅଫିସର ଭାବରେ କାର୍ଯ୍ୟରତ ଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କାର୍ଯ୍ୟାଳୟରେ ଶ୍ରୀ ପାଣିଗ୍ରାହୀ ଏବଂ ଶ୍ରୀମତି ମାଝି ଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ସଭାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ, ସହକର୍ମୀ ବୃନ୍ଦ ଶ୍ରୀ ପାଣିଗ୍ରାହୀ ଏବଂ ଶ୍ରୀମତି ମାଝିଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ, ମୌସୁମୀ ନାୟକ, ସୁବ୍ରତ ବେହେରା,ସହକାରୀ ଜିଲ୍ଲାପାଳ, ବାବୁଲାଲ ସାମଲ, ଚୈନୁ ଗଣ୍ଡ, ହୃଷିକେଶ ପଣ୍ଡା ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସ୍ବର୍ଣ୍ଣାଲତା ବିଶ୍ୱାସ, ଜିଲ୍ଲା ଜାତୀୟ ସୂଚନା ଏବଂ ପ୍ରଜ୍ୟୁକ୍ତି ବିଜ୍ଞାନ ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ବିଜୟ ସାହୁ, ଜିତେନ୍ଦ୍ର ଚୌଧୁରୀ, ସଂଯୁକ୍ତା ସାହୁ, ସୁବାଷ ସାହୁ, ରେଖା ବାଘ, ଯୋଛନା ଚୌଧୁରୀ, ଦୁର୍ଗମାଧବ ପଣ୍ଡା,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ମୋବିନା ସୁଲତାନା, ହର୍ଷା ଜୈନ, ସୁନିଲ ଦାସ, ସନ୍ଦୀପ ନାୟକ,କୁସ୍ମିତା ଦୀପ, ମୋବିନା ସୁଲତାନା, ଧନପତି ନାୟକ,ବିଶ୍ୱଜିତ ମହାନ୍ତି, ଅଜୟ କୁମାର ଦାସ, ଅମରେନ୍ଦ୍ର ସମରଥ, ସୁଶାନ୍ତ ଦାସ,ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More