କଟକ(ସଂଘର୍ଷ ମିଡିଆ) : -ଗତକାଲି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନ ଜମିରୁ ବେଆଇନ ମାଟି ଖନନକୁ ବିରୋଧକରି କଟକ-କେନ୍ଦ୍ରାପଡା ରାସ୍ତା ର ସୁକରପଡା ଠାରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। କାଲି ସ୍ଥାନୀୟ ପ୍ରଶାସନ ବୋହୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ବେଳେ ଆଜି ପୁଣି ସୁକରପଡା ପଞ୍ଚାୟତ ର ସୁକରପଡା ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ମାନେ ସୁକରପଡା ଗ୍ରାମ ପଞ୍ଚାୟତ ଫାଟକରେ ତାଲା ପକେଇବା ସହିତ ସୁକରପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ତାଲା ପକେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯେ ପର୍ଯ୍ୟନ୍ତ ମାଟି ମାଫିଆ ଓ ମାଟି ଖନନ ରେ ବ୍ୟବହାର ହୋଇଥିବା ଗାଡ଼ି ଗୁଡ଼ିକୁ ଗିରଫ କରାନଯାଏ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଏହି ବେଆଇନ ମାଟି ଉଠାଣ ରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କ ହାତ ଥିବା ଅଂଚଳବାସୀ ଅଭିଯୋଗ କରୁଥିବା ବେଳେ ଏହି ଅଭିଯୋଗକୁ ସୁକରପଡା ରାଜସ୍ବ ନିରୀକ୍ଷକ ଅସ୍ବୀକାର କରିଛନ୍ତି।