ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

24

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଗତକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଏଲୋରା ସାମଲ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ବୌଦ୍ଧ, ହରଭଙ୍ଗା ତହସିଲ, ରେଲୱେ, ଜ଼ିଲ୍ଲା ନିବନ୍ଧକ କାର୍ଯ୍ୟାଳୟ, ହରଭଙ୍ଗା ତହସିଲ ଅନ୍ତର୍ଗତ ରେଲୱେ ଜମି ଅଧି ଗ୍ରହଣ ହୋଇ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତାଙ୍କ ସହିତ ଭୂଅର୍ଜନ ଅଧିକାରୀ, ଖୋର୍ଦ୍ଧା, ବଲାଙ୍ଗୀର ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ l ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ଦୁଇଦିନିଆ ଗସ୍ତକୁ ନେଇ ସମୀକ୍ଷା କରିଥିଲେ ଏବଂ ଆଜିର ଗସ୍ତ ସମ୍ପର୍କରେ ଆଲୋଚନା କରିଥିଲେ l ପରେ ଜ଼ିଲ୍ଲା ସଂଗ୍ରହାଳୟକୁ ଦେଖି ବହୁତ ଖୁସିରେ ଅଭିଭୂତ ହୋଇ ଜ଼ିଲ୍ଲାପାଳ ସଂଗ୍ରହାଳୟର ଉନ୍ନତି ପାଇଁ ପ୍ରୟାସ କରିଥିବାରୁ ଜ଼ିଲ୍ଲାପାଳଙ୍କ ଉଦ୍ୟମ ପାଇଁ ଭୁୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତା କାନ୍ତି ବଳିୟାର ସିଂହ,ସହକାରୀ ଜ଼ିଲ୍ଲାପାଳ ତଥା ଭୁଅର୍ଜନ ଅଧିକାରୀ ସତ୍ୟଜିତ ମହାପାତ୍ର, ସଂଗ୍ରହାଳୟ ର କର୍ମଚାରୀ ଆଶୁତୋଷ ସାହୁ, ଦେବୀଲାଲ ସାହୁ, ବାବୁଲାଲ ବେହେରା, ଜୟଦେବ ବେହେରା, ଶ୍ୟାମ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More