ରାଜସ୍ଥାନରୁ ରାଉରକେଲାକୁ ଫେରିଲେ ମେଡିକାଲ କୋଚିଂ ପାଇଁ ଯାଇଥିବା ଛାତ୍ରଛାତ୍ରୀ

40

Get real time updates directly on you device, subscribe now.

ରାଉରକେଲା ( ସଂଘର୍ଷ ମିଡିଆ : ରାଜସ୍ଥାନର କୋଟାରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଫେରିଥିବା ଛାତ୍ରଛାତ୍ରୀ ମାନେ ଆଜି ସକାଳେ ରାଉରକେଲାରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଉରକେଲାରେ ୨ ଟି ବସ୍ ପହଞ୍ଚିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଆଉ ଦୁଇଟି ବସ୍ ଆସି ପହଞ୍ଚିବ ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ମେଡିକାଲ କୋଚିଂ ପାଇଁ ରାଜସ୍ଥାନର କୋଟାକୁ ଯାଇଥିଲେ ଛାତ୍ରଛାତ୍ରୀ । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇଥିବା କାରଣରୁ ସେମାନେ ଓଡିଶା ଫେରିପାରିନଥିଲେ । ଆଜି ରାଉରକେଲାରେ ପହଞ୍ଚିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ୩ ଜଣିଆ ଡାକ୍ତରୀ ଟିମ୍ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା​‌ ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ୧୪ ଦିନିଆ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇ ଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More