ରାଜଲକ୍ଷ୍ମୀ ବେହେରା କଟକ ଜିଲ୍ଲାରେ ସିବିଏସଇ ପରୀକ୍ଷାରେ ୯୭.୪% ପ୍ରତିଶତ ମାର୍କ ରଖି ଟପ୍ପର

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ପ୍ରକାଶ ପାଇଲା ଚଳିତ ବର୍ଷର CBSE ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ l କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ଚିତ୍ରେଶ୍ଵର ଗ୍ରାମର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଏବଂ ଶ୍ରୀମତୀ ମମତା ବେହେରାଙ୍କ ଝିଅ ରାଜଲକ୍ଷ୍ମୀ ବେହେରା କଟକ ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ ଏବଂ ଟାଙ୍ଗୀ ଚୌଦ୍ବାରରେ ୯୭.୪% ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି l ରାଜଲକ୍ଷ୍ମୀ ଟାଙ୍ଗି ସ୍ଥିତ କନ୍ଦରକଣାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ l ସେ ପାଠ ପଢିବା ସହ ଅନେକ ସାଂସ୍କୃତିକ ଅନୁଷ୍ଠାନରେ ଭଲ ଓଡ଼ିଶୀ ନୃତ୍ୟ କରି ବେଶ ପ୍ରଶଂସା ପାଇବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି l ତାଙ୍କ ବାପା ମା ଙ୍କ ଇଚ୍ଛା ଝିଅ ଡାକ୍ତର ହୋଇ ଆଗାମୀ ଦିନରେ ଗରିବ ଅସହାୟ ଲୋକ ମାନଙ୍କ ପାଇଁ କାମ କରିବ । ଏଥି ପାଇଁ ପରିବାରର ସଦସ୍ୟ ପ୍ରକାଶ, ଅନିତା, ସ୍ୱର୍ଣ୍ଣଲତା ଗୀତାଞ୍ଜଳି,ସାବିତ୍ରୀ, ଲିପୁନ୍, ଲାଡୁନ୍, ଚିକୁନା, ଦୀପୁନା, ପିଙ୍କି, ରିଙ୍କି,ଚିଙ୍କି ଈଶ୍ୱରଙ୍କ ନିକଟରେ ରାଜଲକ୍ଷ୍ମୀ ପାଇଁ ପ୍ରାର୍ଥନା କରିଛନ୍ତି ଆଗାମୀ ଦିନରେ ସେ ବହୁତ ଆଗକୁ ଯାଇ ପରିବାର ପାଇଁ ସୁନାମ ଅର୍ଜନ କରୁ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More