ଗଜପତି(ସଂଘର୍ଷ ମିଡିଆ ) : -ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି। ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଥିବା ବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇ ଥର ବ୍ରହ୍ମ ପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ଗୋପୀନାଥ ଙ୍କ ପରେ ତାଙ୍କ କନ୍ୟା କଲ୍ୟାଣି ଗଜପତି ବିଜେଡି ବିଧାୟକ ପାର୍ଥି ଭାବେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ହାରିଥିଲେ।ଦୀର୍ଘ 30 ବର୍ଷ ପରେ ଗୋପୀନାଥ ଗଜପତିଙ୍କ ଭାଇ ଜଗନ୍ନାଥ ନାରାୟଣ ଦେବଙ୍କ ଝିଅ ପାରଳାଖେମୁଣ୍ଡି ମାଟିରେ ପାଦ ଥାପିବା ସହ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି। ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କିଛି ବର୍ଷ ହେଲା ତାଙ୍କ ଝିଅ କଲ୍ୟାଣି ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି। ରାଜଗାଦି ମଧ୍ୟ ଆରୋହଣ କରିଛନ୍ତି।କିନ୍ତୁ ଆଜି ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେଵୀ ଓ ତାଙ୍କ ଝିଅ ନବନିତା ଦେବୀ ପାରଳାଖେମୁଣ୍ଡି ରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଓ ମହାରାଜାଙ୍କ ଇଷ୍ଟ ଦେବୀ ମା ମାଣୀକେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ।ଏହା ପରେ ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତି।ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକ ମାନଙ୍କୁ ଦେଖି ସେମାନେ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି। ତେବେ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ରହିଥିବା ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜକୁମାରୀ ନବନିତା ଗଜପତି ରାଜ ପରିବାରର ପୈତୃକ ଅଧିକାର ରହିଛି।ଏଠାରେ ରହି ନିଜ ପୂର୍ବଜ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବି।ଏଥିସହ ରାଜ ପରିବାରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ଗୁଡିକ ର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଛି ବୋଲି କହିଛନ୍ତି ନବନୀତା ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।