କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପ୍ରସ୍ ମିଟିଙ୍ଗି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜଣାଇଲେ ଧନ୍ୟବାଦ୍।
ରାଜ୍ୟ କ୍ୟାବିନେଟରେ କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକକୁ 417 କୋଟି ବ୍ୟୟ ଅଟକଳରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି l ସେଥିମଧ୍ୟରୁ ରାଜନଗର-ପଟ୍ଟାମୁଣ୍ଡାଇ ଅଞ୍ଚଳ ଲାଗି ୨୮0 କୋଟି ବ୍ୟୟ ଅଟକଳର ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି l ଯାହା ଫଳରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ୯ଟି ପଞ୍ଚାୟତକୁ ମିଶାଇ ମୋଟ ୩୮ଟି ପଞ୍ଚାୟତର ଲୋକଙ୍କ ଘରେ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ସୁବିଧାରେ ପହଞ୍ଚିପାରିବ l ଆଉ ସବୁଠୁ ବଡ କଥା ହେଲା ଏହି ପ୍ରକଳ୍ପ କାର୍ଯ୍ୟକୁ ୨ ବର୍ଷ ଭିତରେ ଶେଷ କରି କାର୍ଯ୍ୟକ୍ଷମ କରାଯିବ l ଏଥିସହ ଉପକୂଳ ଅଞ୍ଚଳର ଲୋକମାନଙ୍କ ଜୀବନଜୀବିକା ସହ ଜଡିତ ବାତ୍ୟା ପ୍ରତିରୋଧକ ଲୁଣା ଘେରିବନ୍ଧ ସୃଦୁଢ଼ୀକରଣ ପ୍ରକଳ୍ପକୁ ମଧ୍ୟ ରାଜ୍ୟସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି l ଯାହାକୁ ନେଇ ସ୍ଥାନୀୟଲୋକେ ଦୀର୍ଘ ଦିନ ହେବ ଦାବି ଉଠେଇଆସୁଥିଲେ l
ପ୍ରକଳ୍ପ ମଞ୍ଜୁରୀ ନେଇ ପଟ୍ଟାମୁଣ୍ଡାଇର କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଦୃଢ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣେଇଥିବା ନଜର ଆସିଥିଲା l ଅନ୍ୟମାନଙ୍କ ମଧ୍ୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗରପାଳ ହେମନ୍ତ ସାହୁ, ବ୍ଲକ ଉପାଅଧ୍ୟକ୍ଷା ଜୟନ୍ତୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।
Get real time updates directly on you device, subscribe now.