ରାଜନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଚୋରି କରିବାକୁ ଯୋଜନା କରୁଥିବାବେଳେ ଚୋରମାନଙ୍କୁ ଧରିବାରେ ସକ୍ଷମ

11

Get real time updates directly on you device, subscribe now.

ରାଜନଗର (ସଂଘର୍ଷ ମିଡିଆ) :- ରାଜନଗର ଅଞ୍ଚଳର ବିଭିନ୍ନ ଅଙ୍ଗନବାଡ଼ି, ସରକାରୀ ବିଦ୍ୟାଳୟ ଓ ସାଧାରଣ ଲୋକମାନଙ୍କ ଘରୁ ଅନେକ ସମୟରେ ଚୋରି ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା ବେଳେ। ରାଜନଗର ପୋଲିସର ମୁଣ୍ଡ ବିନ୍ଧାର କାରଣ ହେଇଥିବା ବେଳେ । ଚୋରି କରୁଥିବା ଚୋରମାନଙ୍କୁ ଟାର୍ଗେଟରେ ଥିଲା ରାଜନଗର ଆଇଆଇସି । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଚୋରି କରିବାକୁ ଯୋଜନା କରୁଥିବାବେଳେ ରାଜନଗର ପୋଲିସ ଚୋରମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ସେହି ଚୋରମାନଙ୍କୁ ଧରିବା ପାଇଁ ପୋଲିସ ୪ଟି ସ୍କ୍ଵାଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପାଞ୍ଚଜଣ ଡକାୟତ ମାନଙ୍କୁ ଗିରଫ କରିଥବା ବେଳେ ସେମାନଙ୍କ ଠାରୁ ନଗଦ କୋଡିଏ ହଜାର ଟଙ୍କା, ସାତଟି ଗ୍ୟାସ ସିଲିଣ୍ଡର, ଗୋଟିଏ ହିରୋ ହୋଣ୍ଡା ମଟରସାଇକେଲ, ଦୁଇଟି ଡାଲା ଅଟୋ, ଗୋଟିଏ ଗ୍ୟାସ ଚୁଲା, ଦୁଇଟି ପାଣି ମଟର, ଚାରିଟା ଏଲ. ଇ. ଡି ଟିଭି, ଦୁଇଟି ଇନ୍ ବେଟର ମେସିନ୍, ଦୁଇଟି ଇନ୍ ବେଟର ବେଟେରି ସମେତ ଚାରୋଟି ପ୍ଲାଷ୍ଟିକ ଚେୟାର ଜବତ କରିବା ସହିତ ଗିରଫ ହୋଇଥିବା ପାଞ୍ଚଜଣଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ରାଜନଗର ଆଇଆଇସି ଶ୍ରୀକାନ୍ତ ବାରିକ୍ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଆଇଆଇସି ଶ୍ରୀ ବାରିକ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More