ରାଜଧାନୀ ଭୁବନେଶ୍ଵର କରୋନା ହଟସ୍ପଟ ଭାବରେ ଚିହ୍ନଟ , ୭ ଦିନରେ ପରୀକ୍ଷା ହେବ ୫ ହଜାର ନମୁନା

36

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ): ରାଜଧାନୀ ଭୁବନେଶ୍ବର କରୋନା ହଟସ୍ପଟ ଭାବରେ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ୬୦ଟି ୪୬ଟି ପଜିଟିଭ୍ ଭୁବନେଶ୍ୱରରୁ ମିଳିଛି ।   ତେଣୁ ଏଠାରେ ନମୁନା ପରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଛି । ଆଜି ସୁଦ୍ଧା ରାଜଧାନୀରେ ୧୯୫୮ ନମୁନା ପରୀକ୍ଷା କରାଯାଇଛି ଓ ଆଗାମୀ ଏକ ସପ୍ତାହ ମଧ୍ୟରେ ଆଉ ୫ ହଜାର ନମୁନା ପରୀକ୍ଷା କରାଯବ । ଏହା ହେଲେ ରାଜଧାନୀରେ କରୋନା ସଂକ୍ରାନ୍ତ ଏକ ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ଗତକାଲି ରାତି ସୁଦ୍ଧା ରାଜ୍ୟରେ ୭୫୭୭ଟି ନମୁନା ପରୀକ୍ଷା ହୋଇଛି। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ମୋଟ ୭ଟି ଲ୍ୟାବ୍‌ରେ ଟେଷ୍ଟ ଚାଲିଛି।ତେବେ ଲୋକଙ୍କ ସହଯୋଗ ପାଇଁ ୨ ଦିନ ହେଲା ଭୁବନେଶ୍ୱରରେ ସଂଖ୍ୟା ବଢ଼ିନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More