ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯିବ େବାଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।