ରାଜଗାଙ୍ଗପୁର ପୋଲିସ ଦ୍ୱାରା ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

36

Get real time updates directly on you device, subscribe now.

ରାଜଗାଙ୍ଗପୁର(ସଂଘର୍ଷ ମିଡିଆ) : – ରାଜଗାଙ୍ଗପୁର ଅଞ୍ଚଳରେ ସାଇବର ସଚେତନା ରଥ ଓ ମାସ୍କଟ ପରିକ୍ରମା କରି ଲୋକ ସଚେତନା କରାଯାଇଛି l ସୁନ୍ଦରଗଡ଼ ଜ଼ିଲ୍ଲାର ରାଜଗାଙ୍ଗପୁର ପୋଲିସ ଏସଡିପିଓ ଶ୍ରୀ ଅଭିଷେକ ପାଣିଗ୍ରାହୀ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ମନରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ପ୍ରଥମେ କାର୍ଯ୍ୟରତ ପୋଲିସ ଟିମ ଏବଂ ସହରର ମାନ୍ୟଗନ୍ୟ ବ୍ୟକ୍ତି ସହ ରାଜଗାଙ୍ଗପୁର ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ଚଲା ବାଟ ରାସ୍ତାରେ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ସର୍ବତୀଦେବୀ ମହିଳା ମହାବିଦ୍ୟାଳୟ ପରିସରକୁ ପହଂଚି ଥିଲେ l ସହରର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ସଂଗୀତ ବ୍ୟୟାମ, ପ୍ରତିଯୋଗିତା ହୋଇଥିବା ବେଳେ କୃତିତ୍ୱଙ୍କୁ ମେଡଲ ଓ ସାର୍ଟିଫିକେଟ ପ୍ରଦାନ କରାଗଲା l ସେହିପରି କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମାନିତ କରାଗଲା l ଏସଡିପିଓ ଶ୍ରୀ ପାଣିଗ୍ରାହୀ ଏବଂ ଥାନାଅଧିକାରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଅଜଣା ବ୍ୟକ୍ତିଙ୍କ ଫେସବୁକ, ଇନଷ୍ଟା, ବ୍ଲେଗକ ରୁ ଦୁରେଇ ରହିବା ଓ ଏ ଟିଏମ ଫୋନପେ, ଗୁଗଲପେ ପେଟିଏମ ୟୁପି ଆଇ ସଂଖ୍ୟ ଗୁପ୍ତ ରଖିବା ଏପରି ସତର୍କତାରୁ ଆମେ ସାଇବର ଅପରାଧୀଙ୍କ କବଳରୁ ଦୁରେଇ ରହିବା ବୋଲି ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହିଳାସଂଘ ତଥା ସମାଜସେବୀ, ବିଭିନ୍ନ ଦଳୀୟ ନେତା ସାମିଲ ରହି ଥିଲା ବେଳେ ବିଧାୟକ ଡାକ୍ତର ରାଜନ ଏକ୍କା, ସମାଜସେବୀ କମଳ ଅଗ୍ରୱାଲ, ଅନିତା ଅଗ୍ରୱାଲ, ସୁରେଶ ବାରିକ ପୱନ ଅଗ୍ରୱାଲ, ଦେବ ରଞ୍ଜନ ବିନୋଦ ଉପସ୍ଥିତ ଥିଲେ l ରାଜଗାଙ୍ଗପୁର ଜନସାଧାରଣ ପୋଲିସର ଏହି କାର୍ଯ୍ୟକ୍ରମ ର ଆନନ୍ଦ ନେବା ସହ ପୋଲିସ ପ୍ରଶାସନଙ୍କୁ ପ୍ରଶଂସା କରିଥିଲେ ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More