ରାଜଗାଙ୍ଗପୁର ପାହାଡି ଗୁଣ୍ଡିଚା ମଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ

8

Get real time updates directly on you device, subscribe now.

ସୁନ୍ଦରଗଡ଼(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ପାହାଡି ଗୁଣ୍ଡିଚା ମନ୍ଦିର ରେ ବାହୁଡା ଯାତ୍ରା ଅବସରରେ ସ୍ଥାନୀୟ ବିଧାୟକ ସି ଏସ ରାଜନ ଏକ୍କା ସାମିଲ ହୋଇଥିଲେ l କମିଟି ସଦସ୍ୟ ଦେବରଞ୍ଜନ ବିନୋଦ ସହ ଅନ୍ୟାନ୍ୟ କମିଟି ରୁ ମାନ୍ୟ ଗଣ୍ୟ ସଦସ୍ୟ ଉପସ୍ଥିତ ରହି ମନ୍ଦିର ର ପ୍ରସାଦ ଗ୍ରହଣ କରିଥିଲେ l ଜଗନ୍ନାଥ ବଲଭଦ୍ର ସୁଭଦ୍ରା ରଥ ରେ ବିରାଜମାନ ହୋଇ ଲିପଲୋଇ ଜଗନ୍ନାଥ ମନ୍ଦିର ଫେରି ଥିଲେ l ଭକ୍ତ ମାନେ ରଥ ଟାଣିବା ସହ ପ୍ରଭୂଙ୍କୁ ଧୂପ ଦୀପ ନଡ଼ିଆ ମିଠା ଚଢେଇଥିଲେ l ଏହା ସହ ରେଂବୋ କଳା କେନ୍ଦ୍ର ଗ୍ରୁପର ଛାତ୍ର ଛାତ୍ରୀ ଭକ୍ତି ସଂଗୀତରେ ଝୁମି ନୃତ୍ୟ କରି ଶ୍ରଦ୍ଧାଳୁଙ୍କ ମନ ମୁଗ୍ଧ କରିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More