ସୁନ୍ଦରଗଡ଼ ( ସଂଘର୍ଷ ମିଡିଆ ) : ଅଲମ୍ପିକ୍ସ ଖେଳର ପରସମାପ୍ତି ପରେ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମୁଦାୟ ୮୯ଟି ମଲ୍ଟି ପରପଜ୍ ଆଣ୍ଡୋରା ଷ୍ଟାଡିୟମ ତିଆରି କରିବାକୁ ଘୋଷଣା କରି ଛନ୍ତି। ପ୍ରତ୍ୟେକ ଷ୍ଟାଡିୟମ ପାଇଁ ୯କୋଟି୫୫ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ସମୁଦାୟ ୮୯ଷ୍ଟାଡିୟମ ପାଇଁ୮୪୯କୋଟି୯୫ଲକ୍ଷଟଙ୍କା ମଞ୍ଜୁରୀ ମଧ୍ୟ କରି ସାରିଛନ୍ତି।ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ୧୭ଟି ବ୍ଳକ ରେ ଏହି ଇଣ୍ଡୋରଷ୍ଟାଡିୟମ୍ କରିବାକୁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ରାଜଗାଙ୍ଗପୁର ବ୍ଳକ ରେ ୭ଏକର ଜମିରେ ଏହି ଷ୍ଟାଡିୟମ ତିଆରି କରିବାକୁ ନିଷ୍ପତ୍ତି କରାଯାଇଛି। ରାଜଗାଙ୍ଗପୁର ସହରର ସୁମିତ୍ରା ମ୍ୟାରେଜ୍ ପେଲେସ୍ ରେ ଏକ ସଭାର ଆୟୋଜନ କରାଯାଇଥିଲା।ଏଥିରେ ବିଜୁଜନତା ଦଳ ର ଜିଲ୍ଲା ଅଧ୍ୟକ୍ଷ ବିନୟଟପୋ, ପୂର୍ବତନ ବିଧାୟକ ମଙ୍ଗଳା କିଶାନ୍, ରାଜଗାଙ୍ଗପୁର ଟାଉନ ଅଧ୍ୟକ୍ଷ ରାଜେନ୍ଦ୍ର ବେହେରା, ପୂର୍ବତନ ଉପନଗରପାଲ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହିତ ପୂରାତନ ଏବଂ ନୂତନ ଖେଳାଳୀ ସମସ୍ତ ବିଦ୍ୟାଳୟ ର ଖେଳ ଶିକ୍ଷକ ଙ୍କୁ ଏକତ୍ରିତ କରି ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଆହୁରି ମଧ୍ଯ ଜିଲ୍ଲା ର ବିଭିନ୍ନ ଖେଳରେ ଯୋଗ ଦେଇ ସୁନାମ ଅର୍ଜନ କରିଥିବା ୩୦ଖେଳାଳୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।