ରାଜଗାଙ୍ଗପୁର ଗୋଶାଳା ସ୍ଥାନତାରଣ ଲାଗି ବିରୋଧ କଲେ ବିଶ୍ୱହିନ୍ଦୁ ପରିଷଦ

12

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର କମିଟି ସେଣ୍ଟରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ ଆୟୋଜନ କରାଯାଇଥିଲା l ରାଜଗାଙ୍ଗପୁର ଗୌଶାଳା କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିଚାର କରାଯାଉଥିବା ସୂଚନା ରାଜଗାଙ୍ଗପୁର ସାମାଜିକ ସେବା ସଦସ୍ୟ ତଥା ସହର ର ଗଣ୍ୟ ମାନ୍ୟ ବ୍ୟକ୍ତି ଙ୍କୁ ମିଳିଥିଲା l ପୂର୍ବତନ ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ଓଡିଶା ପ୍ରାନ୍ତ କୋଷାଧକ୍ଷ ଶ୍ରୀ କମଳ ଅଗ୍ରୱାକ ସମେତ ସାମାଜିକ ସଂସ୍ଥା ସଦସ୍ୟ ଦୌଲତ ଅଗ୍ରୱାଲ ଏହାର ସମାଧାନ ନିମନ୍ତେ ପ୍ରେସ ବାର୍ତା ଜଣେଇ ଥିଲେ l ବୈଠକ ରେ ପଶ୍ଚିମ ଓଡିଶା ପ୍ରାନ୍ତ ଅଧ୍ୟକ୍ଷ ଶ୍ରୀ ରାଜକୁମାର ବଳ ପଣ୍ଡା, କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅଶୋକ ଗାନ୍ଧୀ, ଭାରତୀୟ ଜନ ସେବା କାର୍ଯ୍ୟକର୍ତ୍ତା ବିଷମ୍ବର ନାଥ ମିଶ୍ରା, ଅତିଥି ରୂପେ ଯୋଗ ଦେଇଥିଲେ l ଆମେ ଭାରତରେ ରହୁଛୁ ଗୋସେବା ଆମ କର୍ତ୍ତବ୍ୟ l ଏହି ଗୋଶାଳାକୁ କୌଣସି ସ୍ଥାନକୁ ସ୍ଥାନାଂତର ନ କରି ଏହାକୁ ସୁନ୍ଦର ରୂପ ଦେବା ସହ ମରାମତି କରାଯାଉ l ଅନ୍ୟତ୍ର ସ୍ଥାନରେ ସ୍ଥାନାଂତର କରିବା ପ୍ରୟାସ କଲେ ଆଗାମୀ ଦିନରେ ବିଶ୍ୱ ହିନ୍ଦୁ ପରିଷଦ ଏହାର ଘୋର ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି l ସାମ୍ବାଦିକ ସମ୍ମିଳନୀ ରେ ଏହା ଆଲୋଚନା ଏବଂ ବାର୍ତ୍ତା ଜଣେଇ ଶେଷରେ ଶ୍ରୀ ଦୌଲତ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More