ରାଜଗାଙ୍ଗପୁରରେ ରାମନବାମୀ ଶୋଭାଯାତ୍ରା ଅନୁଷ୍ଠିତ

15

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ସୁନ୍ଦରରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁରରେ ଧୂମଧାମରେ ରାମନବମୀ ଉତ୍ସବ ପାଳିତ l ପ୍ରଥମେ ସ୍ଥାନୀୟ ବାବା ତାଲାବରେ ଶ୍ରୀ ହନୁମାନ ପ୍ରଭୁଙ୍କୁ ଭକ୍ତ ପୂଜା ଅର୍ଚନା କରୁଥିବା ଦେଖିବାକୁ ମିଳିଥିଲା l ରାଜଗାଙ୍ଗପୁରର ସମସ୍ଥ ଆଖଡ଼ା କମିଟି ଏକତ୍ରିତ ହୋଇ ତାଲକି ପଡା, ବସଷ୍ଟାଣ୍ଡ, ଖଡାଗଲି, ରାଜୀବ ଛକ, ସୁବାଷ ଛକ, ମଜ଼ାର ରାସ୍ତା, ଭାଟାପଡା, ଓ ସି ଏଲ ମାର୍କେଟ, ଲିପଲୋଇ ରାସ୍ତା ଦେଇ ଶୋଭାଯାତ୍ରା ସହ ଶ୍ରୀ ହନୁମାନ ପ୍ରଭୁ ଦର୍ଶନ ଦେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ରହିଥିବା ବେଳେ ଶାନ୍ତି କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l ବିଧାୟକ ରାଜେନ ଏକ୍କା, ସୁରେଶ ବାରିକ ସମାଜ ସେବୀ କମଳ ଅଗ୍ରୱାଲ,, ଦେବ ବିନୋଦ, ଶମ୍ଭୁ ସିଙ୍ଗ, ରାଜେନ୍ଦ୍ର ବେହେରା, ଆସ୍ଫାକ ଗୁଡା, ବିକାଶ ଅଗ୍ରୱାଲ, ଗୋପନ ସାହୁ, ମୁନ୍ନା ଦାସ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More