ରାଜଗାଙ୍ଗପୁରରେ ଉତ୍କଳ ଦିବସ ପାଳିତ

9

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ମା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସେନା ସଭାପତି ଶ୍ରୀ ପଦ୍ମ ନାଭ ସାମଲ ଓ ଶ୍ରୀ ସୁରେଶ ଚନ୍ଦ୍ର ବାରିକଙ୍କ ପ୍ରଚେଷ୍ଟାରେ ପ୍ରଥମେ ସମସ୍ତ ଉତ୍କଳ ସେନା ସଦସ୍ୟଙ୍କ ଦ୍ୱାରା ଉତ୍କଳ ବରପୁତ୍ରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ଓ ସି ଏଲ ଗୋପବନ୍ଧୁ ପାର୍କରେ ୟୁନିଟ ହେଡ଼ ଶ୍ରୀ କେତନ ଶ୍ରୀବାସ୍ତାବ, ନବଘନ ପାତ୍ର ନଗରପାଳିକା ଅଧ୍ୟକ୍ଷା ଶ୍ରୀ ମତି ମାଧୁରୀ ଲୁଗୁନଙ୍କ ଦ୍ୱାରା ଉତ୍କଳ ବରପୁତ୍ର ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ମହାପୁରୁଷଙ୍କ ଜୀବନୀ ଉପରେ ଭାଷଣ ଦିଆଯାଇଥିଲା l ସନ୍ଦ୍ୟା ସମୟଟି ଉତ୍କଳ ଜନନୀ ସ୍ୱର ରେ ମଞ୍ଚ ଶାନ୍ତି ସହ ଗୁଂଜି ଉଠିଥିଲା l ମୁଖ୍ୟ ଅତିଥି ରୂପେ ଓସିଏଲ ସିନିଓର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଗଣେଶ ଜୀରଖଣ୍ଟୁଆର,ଥାନା ଅଧିକାରୀ ଶ୍ରୀ ବିଭାସ୍ତ ପ୍ରଧାନ , ଡାକ୍ତର ବାଭେଶ ସାହୁ, ଉମାକାନ୍ତ ପଣ୍ଡା, ଗାବିନ୍ଦ ମିଶ୍ର ଯୋଗ ଦେଇଥିଲେ l ସଭାପତି ପଦ୍ମନାଭ ସାମଲ, ସୁରେଶ ବାରିକ, ନିଶିକାନ୍ତ ମିଶ୍ର, ଅମ୍ବିକା ମହାନ୍ତି, ପି କେ ଉପଦ୍ୟାୟ ବିଚିତ୍ରା ନନ୍ଦ ଦାସ ମୁଣ୍ମୟ ଦାସ ସମେତ ସମସ୍ତ ଉତ୍କଳ ସେନା ସଦସ୍ୟ ଉପସ୍ଥିତ ଥିଲେ ଶେଷରେ ସାଂସ୍କୃତି ନାଚ ରେ କୃତିତ୍ୱ ପ୍ରତିଯୋଗୀଙ୍କୁ ପୃରସ୍କୃତ କରାଗଲା l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More