ରାଜକନିକା ପୁଲିସ କବଜାରେ ୨ଅନ୍ତଃଜିଲା ଡକାୟତ ଗିରଫ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : -କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାରାହାଦୋମଣ୍ଡା ଗାଁରେ ଗତ ୨୯ତାରିଖ ରାତିରେ ଜଣଙ୍କ ଘରୁ ବଡ଼ ଧରଣର ଡକାୟତି ଘଟଣାରେ ଜଣେ ରିସିଭରଙ୍କ ସମେତ ୨ଜଣ ଅନ୍ତଃଜିଲା ଡକାୟତଙ୍କୁ ଗିରଫ କରିଛି ପୋଲିସ।ଏହି ୨ଜଣ ଡକାୟତଙ୍କୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଜକନିକା ପୋଲିସ। ସେମାନଙ୍କ ଠାରୁ ୩ଟି ମୋଟର ସାଇକେଲ, ଗୋଟିଏ କଟୁରି ସହ ୨୮ଗ୍ରାମ ସୁନା ଜବତ କରିଛି।ଏନେଇ ସୂଚନା ଦେଇଛନ୍ତି ରାଜକନିକା ଥାନାର ଆଇ ଆଇ ସି।ଗତ ୨୯ ତାରିଖ ବିଳମ୍ୱିତ ରାତିରେ ବାରାହାଦୋମଣ୍ଡା ଗାଁର ଭାଗ୍ୟଧର ନାୟକଙ୍କ ଘରେ ପଶି ୬ଜଣ ଡକାୟତ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ।ଏହି ଡକାୟତି ଘଟଣାରେ ୨ଜଣଙ୍କ ସମ୍ପୃତି ଥିବା ଅଭିଯୋଗରେ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୪ଡକାୟତ ଫେରାର ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More