ରାଗିଲେ ଜଗତର ଠାକୁର ଶ୍ରୀ ସିଦ୍ଧ ବଳଦେବ ଜୀଉ , ଘୁଞ୍ଚିଲାନି ବ୍ରହ୍ମ ତାଳଧ୍ଵଜ ରଥ

32

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆଜି କ୍ରୋଧାନ୍ଵିତ ହୋଇଛନ୍ତି ଆମ ବଳିଆର ଭୁଜ ମହାବାହୁ ଶ୍ରୀ ସିଦ୍ଧ ବଳଦେବ ଜୀଉ । ଇଞ୍ଚେ ବି ଘୁଞ୍ଚୁନି ଶ୍ରୀ ଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଭକ୍ତଙ୍କ ମନରେ ଅସନ୍ତୋଷ , ପ୍ରଶାସନ ଅଣାୟତ । ଯାହାର ନିର୍ଦ୍ଧେଶରେ ପବନ ବହେନି , ତାଙ୍କ ତାଳଧ୍ଵଜ ରଥକୁ ଘୁଞ୍ଚାଇବ କିଏ ? ଶ୍ରୀ ଜୀଉଙ୍କ ନୀତିରେ ବିଭ୍ରାଟ , କଣ ପାଇଁ କ୍ରୋଦ୍ଧିତ ବଳିଆର ଭୁଜ ? ଲାଗିଛି ଜିଲା ପ୍ରଶାସନ କିପରି ଗଡିବ ବ୍ରହ୍ମ ତାଳଧ୍ଵଜ ରଥ । ସୂଚନାନୁଯାୟୀ , ଶ୍ରୀ ଜୀଉଙ୍କ ରଥ ନିର୍ମାଣରେ ହୋଇଛି ବିଭ୍ରାଟ , ବର୍ତ୍ତମାନ ହାଇଡ୍ରୋଲିକ ସାହାଯ୍ୟରେ ଉଠା ଯାଉଛି ଶ୍ରୀ ଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ରାତି ପାହିଲେ ହେରାପଞ୍ଚମୀ । ବର୍ତ୍ତମାନ ଶ୍ରୀ ଜୀଉ ଅନ୍ଧାରରେ । ଯଦି ଶ୍ରୀ ଜୀଉ ଅନ୍ଧାରରେ ତାଙ୍କୁ ଆଲୋକିତ କରିବ କିଏ ? କଣ କହୁଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ଆସନ୍ତୁ ଶୁଣିବା । ହଁ ଦର୍ଶକ ବନ୍ଧୁ ବିଭ୍ରାଟ ହୋଇଛି ଶ୍ରୀ ଜୀଉଙ୍କ ନୀତି ନିର୍ଘଣ୍ଟ । ମାଉସୀ ମାଙ୍କ ପାଖରେ ପହଞ୍ଚିବା ପାଇଁ ଶ୍ରୀ ଜୀଉଙ୍କ ବହୁ ଡେରି ହୋଇଗଲାଣି । ମାଉସୀ ମାଙ୍କ ପାଖରେ ରହିବା ଦିନ ପାଖେଇ ଆସୁଛି । ଆଜି ରାଗିଛନ୍ତି ଜଗତର ଠାକୁର । କଣ କହୁଛନ୍ତି ଆରଆଣ୍ଡବି ବରିଷ୍ଠ ଜନ୍ତ୍ରୀ ଆସନ୍ତୁ ଶୁଣିବା । ଶ୍ରୀ ଜୀଉଙ୍କ ନୀତି , ରଥ ପରିଚାଳନା ପାଇଁ ଆଜି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ସମ୍ପୂର୍ଣ ଅସମର୍ଥ । ଆସନ୍ତୁ ଶ୍ରୀ ଜୀଉଙ୍କ ସେବାୟତମାନେ କଣ କହୁଛନ୍ତି । ମାହାବାହୁ ଆପଣ ଆପଣଙ୍କୁ ସୁରକ୍ଷା ଦିଅନ୍ତୁ ସଂଘର୍ଷ ନ୍ଯୁଜ ତରଫରୁ ଏତିକି କାମନା । ଜୟ ବଳିଆର ଭୁଜ । ବ୍ଯୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More