ରାଏ ରଘୁନାଥପୁର ଯାଦବ ସଙ୍ଘ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – ପ୍ରବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିରିଡି ବ୍ଲକ ୨୨ମୌଜା ଉକୁନ୍ଦରା ରାଏ ରଘୁନାଥପୁର ଗ୍ରାମରେ ଥିବା ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ପ୍ରବଚନ ଓ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଏ ରଘୁନାଥପୁର ଉକୁନ୍ଦରା ଯାଦବ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର କାର୍ଯ୍ୟରତ ଅଧିକାରୀ ତଥା ଆଧ୍ୟାତ୍ମିକ ବାଦି ନିଳାମ୍ବର ସାହୁ ଯୋଗଦେଇ କହିଥିଲେ,ଏ ହେଉଛି ମହା କାର୍ତ୍ତିକ ମାସ ପୂର୍ଣ୍ଣ ମାସ ,ଏ ମାସରେ ରାଧା ଦାମୋଦରଙ୍କ ସେବା କଲେ ଜୀବ ମୁକ୍ତି ପାଇଥାଏ।ଏହି ମାସରେ ବହିଷା ଅର୍ଣ୍ଣ ଗ୍ରହଣ କରି ବିଷ୍ଣୁ ଉପାସନା, କାର୍ତ୍ତିକ ମହାତ୍ମା,ଭାଗବତ ଗୀତା ପାଠକଲେ ଅନନ୍ତ କୋଟିର ପୂର୍ଣ୍ଣ ଫଳମିଳେ ବୋଲି ଶ୍ରୀ ସାହୁ କହିଥିଲେ।ଆଇନଜୀବୀ ରଶ୍ମୀକାନ୍ତ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ,ରାଏ ରଘୁନାଥପୁର ଯାଦବ ସଙ୍ଘ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ପୂଜା ଅର୍ଚ୍ଚନା ହୋମଜଜ୍ଞ ଓ ଭରତପୁର ଭୁବନେଶ୍ୱର ବିଦ୍ୟାଙ୍ଗ ମାମଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗ୍ରାମର ଜଗନ୍ନାଥ ବେହେରା, ହୃଷିକେଶ ବେହେରା, ସନାତନ ବେହେରା, ସୁକାନ୍ତ ବେହେରା ପ୍ରମୁଖ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More