ରାଉରକେଲା (ସଂଘର୍ଷ ମିଡିଆ) ; – ରାଉରକେଲରେ ରାଜ୍ୟସରକାରଙ୍କ ତରଫରୁ ବିଶ୍ଵକପ ହକି ଖେଳ ଠାରୁ ଗମନାଗମନ କରୁଥିବା ମୋବସ ସର୍ଭିସ,ବିଶେଷ କରି ମହିଳାମାନେ,ଗରିବଲୋକ,ଶ୍ରମିକମାନେ,ସ୍କୁଲ କାଲେଜ ଛାତ୍ର ଛାତ୍ରୀ ମାନେ,ଏବଂ ବରିଷ୍ଠ ନାଗରିକ ମାନଙ୍କଦ୍ବାରା ଅତ୍ୟନ୍ତ ଅଦୃତ୍ୟ ହୋଇଥିବାବେଳେ,ରାଉରକେଲାର କିଛି ଏରିଆକୁ ଗମନାଗମନ ସଂଯୋଗ ହୋଇପାରିନଥିଲା । ଯାହାଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ଥାନୀୟ ମାନ୍ୟବର ବିଧାୟକ ତଥା ଶ୍ରମ ମନ୍ତ୍ରୀଙ୍କ ଜରିଆରେ,ବିଶେଷକରି ରାଉରକେଲା ବସ ଷ୍ଟାଣ୍ଡ ଠାରୁ ଆଇଜିଏଚ ଭାୟା କୋଣାର୍କ ସିନେମା ହଲ ଦେଇ ରାଉରକେଲା ରେଳ ଷ୍ଟେସନ,ରେଲୱେ କଲୋନୀ,ମାଲଗୋଦାମ,ଡିଏଲ ଛକ ବାସନ୍ତୀ କଲୋନୀ,କୁମ୍ଭାର ପଡା ଏଏମ ବ୍ଲକ ଦେଇ,ବାଜିରାଉତ ଛକ,ଡିଏଭି ଛକ,ଜେଲ ରୋଡ,ଇଏସଆଇ ହସ୍ପିଟାଲ,ରିଜର୍ଭ ପୋଲିସ,ଇଣ୍ଡଷ୍ଟ୍ରିଆଲ ଏରିଆ, ଛେଣ୍ଡ କଳିଙ୍ଗ ବିହାର ରୋଡ,ବିଏସଏନଏଲ ଛକ,ଚିନ୍ମୟା ଛକ,ଭିଏସେସ ମାର୍କେଟ,ଛେଣ୍ଡ ରିଂ ରୋଡ ଦେଇ,ପ୍ଲୁଟୋନ ମଲ୍ଲ,ଏସଓଏସ ଭିଲେଜ,ଅଭିଜ୍ଞାନ ଛକ,ରିଙ୍ଗ ରୋଡ ସେକ୍ଟର ୧୩,୯,୮,୧୫,୭,ଟେଲିଫୋନ ପଡିଆ,ଆମ୍ବବାଗନ ଛକ ଦେଇ ନେହୁର ପାର୍କ ଦେଇ ଇସ୍ପାତ ଜେନେରାଲ ହସ୍ପିଟାଲ ଯିବ ଏବଂ ସେଇ ରୁଟରେ ପୁନର୍ବାର ଫେରିବ ପାଇଂ ସାଧାରଣ ଲୋକମାନେ ଲିଖିତ ଅନୁରୋଧ କରିଥିଲେ,ଯାହା ଆଜି ତିନୋଟି ବସ ଦିନକୁ ଛ ଥର ଜୀବ। ଆସିବାର ଶୁଭରମ୍ବ ହୋଇଛି । ଏଇପରିପକ୍ଷେ ଆଜି ସକ।ଳ ୯ ଘଟିକା ସମୟରେ ବାସନ୍ତୀ କଲୋନୀ ବାଜିରାଉତ ଛକ ଶ୍ରୀ ଜଗରନ୍ନାଥ ମନ୍ଦିର ସମ୍ମୁଖରୁ ବସର ଶୁଭ।ରମ୍ବ ସଭା ସ୍ଥାନୀୟ ନେତା ବାବୁଲିଦାସ ଙ୍କ ସଭାପତିତ୍ଵରେ କରଯାଇଥିଲା। ଦଳମତ ନିର୍ବିଶେଷରେ ବରିଷ୍ଠ ନାଗରିକ ଙ୍କ ଠାରୁ ଯୁବକ ପର୍ଯ୍ଯନ୍ତ ନୂତନ ବସ ରୁଟ କୁ ପ୍ରଶଂସା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଙ୍ଗ୍ୟତା ଜଣାଇବା ସହିତ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ନିଜର ପ୍ରତିଶ୍ରୁତି ପାଳନ କରିଥିବାରୁ ଶ୍ରୀଯୁକ୍ତ ନ।ୟକଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଉକ୍ତ ନୂତନ ରୁଟ ଦ୍ଵାରା ବିଶେଷ କରି ବରିଷ୍ଠ ନାଗରିକ ମାନେ ଇସ୍ପାତ ଜେନର।ଲ ହସ୍ପିଟାଲ,ସୁପର ସ୍ପେଷାଲଷ୍ଟି ହସ୍ପିଟାଲ, ଆମ୍ବ ବାଗନ, ରାଉରକେଲା ରେଲିୱେ ଷ୍ଟେସନ କୁ ଯିବା ଆସିବାରେ ଅନେକ ସୁବିଧା ପାଇପାରିବେ । ଆଜିର କ।ର୍ଜ୍ୟକ୍ରମରେ ପୂର୍ବତନ ପୌରଧକ୍ଷା ଶ୍ରୀମତୀ ରଶ୍ମିବ।ଳା ମିଶ୍ର,ନଗର ସଭାପତି ଗଗନ ପଣ୍ଡା,ଜିଲ୍ଲା ମୁଖପାତ୍ର,ଜୟନ୍ତ କୁମାର ମିଶ୍ର,ପୂର୍ବତନ କାଉନ୍ସିଲର ସୁବାସ ସ୍ଵାଇଁ,ବୁଲୁ ମହାନ୍ତି,ସୁନନ୍ଦା ସେନାପତି,ନାରିନେତ୍ରୀ ଯୋଷ୍ଣା ନାୟକ,ଛବି ମହାନ୍ତି,ଡାକ୍ତର ଗୋପବନ୍ଧୁ ବଳ, ରବି ମହାନ୍ତି,ରାସବିହାରୀ ସାମଲ,ନରେନ୍ଦ୍ର ସାହୁ,ପ୍ରମୋଦ ଦାସ,ଗଙ୍ଗାଧର ଜେନା,କୃଷ୍ଣ ଚନ୍ଦ୍ର ସିଂହ,ସୁକାନ୍ତ ସ୍ଵାଇଁ,ମାନସ ନାୟକ,ସୁଧାଂଶୁ ସାହାନୀ,ରାମ ବିଶ୍ଵାଳ,ସୁଦାମ ନାୟକ,ଗୌରିଶଙ୍କର ପ୍ରସାଦ,ବିଜୟ ମହାନ୍ତି ପ୍ରମୁଖବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।