ରାଉରକେଲା ସହରର ବିଭିନ୍ନ ଶକ୍ତି ପୀଠରେ ଜଗତ ଜନନୀଙ୍କ ମହାନବମୀ ପୂଜା ପାଳିତ

10

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଆଜି ମଣ୍ତପରେ ଚାଲିଛି ଶାରଦୀୟ ମହାନବମୀ ପୂଜା । ସେହିପରି ଶକ୍ତିପୀଠରେ ଜଗତଜନନୀଙ୍କ ଦଶମୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ମା’ଜଗତଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ ! ମନ ଜିଣୁଛି ତିତ୍ତାକର୍ଷଣ ତୋରଣ ! ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା’ଙ୍କ ଆରାଧନା କରାଯାଉଛି।ଆଳତି,ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ! ଆଜି ରାଉରକେଲାର ବିଭିନ୍ନ ସେକ୍ଟର୨,୩,୧୩,୧୪,୧୫,୧୬,୧୭ନମ୍ବର୍,ଆମ୍ବଗାନ,କୋଏଲ ନଗର a block,b block, c block,ଶକ୍ତିନଗର ଆଦି ସ୍ଥାନ ମାନଙ୍କରେ ମାଙ୍କ ନବମୀ ପୂଜାରେ ଦିନବେଳା ମଧ୍ୟ ଭିଡ ଦେଖିବାକୁ ମିଳୁଛି! ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ରାଉରକେଲା ରୁ କ୍ୟାମେରମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହିତ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More