ରାଉରକେଲା ସହରରେ ରଥଯାତ୍ରା ଧୂମଧାମରେ ପାଳିତ

21

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : ରାଉରକେଲା ଇସ୍ପାତ ସହରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଛି । ଏନେଇ ସହରରେ ଥିବା ପ୍ଲାଣ୍ଟ ସାଇଟ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ରଥକୁ ସୁସଜ୍ଜିତ କରି ମାଉସୀ ମା ‘ ମନ୍ଦିରକୁ ନିଆଯାଇଥିଲା । ପ୍ଲାଣ୍ଟସାଇଟ୍ ସ୍ଥିତ ଜଗନ୍ନାଥ ଉନ୍ନୟନ କମିଟି ପକ୍ଷରୁ ୧୮ତମ ରଥଯାତ୍ରା ଉତ୍ସବ କମିଟିର ଅଧ୍ୟକ୍ଷ ପ୍ରସନ୍ନ ସେନାପତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ମନ୍ଦିରର ମୁଖ୍ୟପୂଜକ ମଧୁସୂଦନ ପଣ୍ଡାଙ୍କ ତତ୍ୱବାଧାନ ରେ ପ୍ରଥମେ ମହାପ୍ରଭୁଙ୍କ ମଙ୍ଗଳା ଆଳତି ପରେ ସୂର୍ଯ୍ୟପୂଜା , ଗୋପୂଜା , ପାର୍ଶ୍ଵଦେବାଦେବୀ ପୂଜା କରାଯାଇଥିଲା । ତିନି ଠାକୁରଙ୍କୁ ନୀତି ଲାଗିବା ପରେ ପୁଷ୍ପମାଲ୍ୟରେ ସୁସଜ୍ଜିତ କରାଯାଇ ଥିଲା । ଅପରାହ୍ନ ସାଢ଼େ ୪ଟାରେ ରାଜା ଜଗବନ୍ଧୁ ରାଉତଙ୍କ ଦ୍ବାରା ଛେରାପହଁରା ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥ ଉପରେ ଅଣାଯାଇ ପହଣ୍ଡି କରାଯାଇଥିଲା । ଏହି ରଥ ପ୍ଲାଣ୍ଟସାଇଟ୍‌ ରୁ ବାହାରି ପାଓ୍ବାରହାଉସ୍ ରୋଡ ସ୍ଥିତ ମା ‘ ମଙ୍ଗଳା ମନ୍ଦିରକୁ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ଉନ୍ନୟନ କମିଟିର ବରିଷ୍ଠ ସଦସ୍ୟ ଗୋପୀନାଥ ବିଶ୍ବାଳଙ୍କ ସହ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।ସୁନ୍ଦରଗଡ଼ ବ୍ୟୁରୋ ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More