ରାଉରକେଲା ଷ୍ଟିଲ ପ୍ଳାଣ୍ଟ ତରଫରୁ ସମ୍ମାନିତ ହେଲେ “ହୋପେ ଅଫ ଲାଇଫ”ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ବାରିକ

14

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : କଠିନ ପରିଶ୍ରମ ଏବଂ ନିସ୍ଵାର୍ଥ ପର ସେବାର ଫଳ ସବୁବେଳେ ଫଳପ୍ରଦ ହୋଇଥାଏ । ଏହା ପ୍ରଣାମ କରିଛନ୍ତି ଯୁବ ସମାଜସେବୀ ତଥା ହୋପେ ଅଫ ଲାଇଫ”ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ବାରିକ | ତାଙ୍କର ସମାଜ ପାଇଁ ତାଙ୍କ ନିଷ୍ଠା ଏବଂ ଆଜିର ଯୁବ ପିଢ଼ି ମାନଙ୍କୁ ନେଇ ଏକ ସୁସ୍ଥ ସମାଜ ଗଢିବାର ପ୍ରୟାସ ଫଳପ୍ରଦ ହୋଇଛି | କିଛି ମାସ ତଳେ ଦକ୍ଷିଣ ରାଉରକେଲାକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ 17 ଜଣିଆ ଦଳ ଗଠନ କରିଥିଲେ, ଏବଂ ଏହି ଦଳର ସମସ୍ତ ସଦସ୍ୟ କଠିନ ପରିଶ୍ରମ କରି ପ୍ରାୟ ପାଞ୍ଚ ଟନରୁ ଅଧିକ ଆବର୍ଜନାକୁ ବିଭିନ୍ନ ଅଂଚଳରୁ ସଫା କରିଥିଲେ | ତା ସହିତ ଲୋକ ମାନଙ୍କୁ ସଚେତନ କରି ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ | ଏଥି ସହ ସାର ନାଗରିରେ 10000ରୁ ଅଧିକ ଗଛ ଲଗାଇବା ଅଭିଯାନ ଆରମ୍ବ କରି ଆଉ ଏକ ସୁନ୍ଦର କାମ ଟିକୁ ଆରମ୍ବ କରିଛନ୍ତି | ଗତ ଜୁଲାଇ ଏବଂ ଅଗଷ୍ଟ ମାସ ଭିତରେ 4000 ରୁ ଅଧିକ ଗଛ ଲଗାଇ ସାରିଲେଣି | ଏହି ସୁନ୍ଦର ପ୍ରୟାସ ଏବଂ ଅଭିଯାନ ପାଇଁ ରାଉରକେଲା ଇସ୍ପାତ କାରଖାନା ପୁରସ୍କାର ପ୍ରଦାନ କରିଥିଲେ,RSP ର CGM ଅଜୟ ନାୟକ ସାର୍, ଜିଏମ୍ ଇନ୍-ଚାର୍ଜ ବିଜ ଜୋଜ ଏବଂ ଡେପୁଟି ସିଏମଓ ଜନସ୍ୱାସ୍ଥ୍ୟ ଦୀପା ଲାବାଙ୍ଗାରେ ଏହି ମହାନ କାର୍ଯ୍ୟ ପାଇଁ ସଂଗଠନର ମୁଖ୍ୟ ଦିଲ୍ଲୀପ କୁମାର ବାରିକ କୁ ସମ୍ମାନିତ କରିବା ସହିତ ଏହି ସଫେଇ ଅଭିଯାନ ଯୋଗ ଦେଇ ଥିବା ସମସ୍ତ ସ୍ବେଛାସେବୀ କୁ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ | ସଂଗଠନ ର ମୁଖ୍ୟ ଦିଲ୍ଲୀପ କୁମାର ବାରିକ ଙ୍କ କହିବା ଅନୁଯାଇ ଦଳର ସଦସ୍ୟଙ୍କ ତାଙ୍କ ସମାଜ ପାଇଁ ଏକ ଅମୁଲ୍ୟ ରତ୍ନ, ସେମାନଙ୍କର କଠିନ ପରିଶ୍ରମ ଏବଂ ନିସ୍ୱାର୍ଥପରତା ସେବା ଆଜି ସଙ୍ଘଠନ କୁ ଆଗକୁ ପହଞ୍ଚେଇ ପାରିଛି ଏବଂ ଏହି ସଂମାନ ଆଜି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More