ରାଉରକେଲା ମିଡିଆ କ୍ଲବ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

11

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ମିଡିଆ କ୍ଲବ ତରଫରୁ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ସେକ୍ଟର-୨୧ ସ୍ଥିତ କ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଡି.ଏଫ.ଓ ଯଶବନ୍ତ ସେଠୀ, ଆରଏସପି ଏକଜ୍ୟୁଟିଭ ଆସୋସିଏସନର ସଭାପତି ଅବକାଶ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଅତିଥିମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାଛଡ଼ା ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ନିମନ୍ତେ କାର୍ଯ୍ୟ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ସହରର ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ (ସକାଳ), ଅବନୀ ରଞନ ମହାପାତ୍ର (ନନ୍ଦିଘୋଷ ଟିଭି), ନରହରି ଦାସ (ପ୍ରମେୟ), ସତ୍ୟାନନ୍ଦ ବେହେରା (ସମାଜ), ମଳୟ ରଞ୍ଜନ ସାହୁ (ସମ୍ବାଦ), ଜଟାଧାରୀ ମାଝୀ (ପଲ୍‌ଟିକାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଟାଇମ୍ସ ଅଫ୍ ଓଡ଼ିଶା), ମହେନ୍ଦ୍ର ମାହାତୋ (ଦୈନିକ ଜାଗରଣ), ସନ୍ତୋଷ କୁମାର ଦାସ (ପ୍ରମେୟ), ଅମୀୟ ରଞ୍ଜନ ପରିଡ଼ା (ଅର୍ଗସ ନ୍ୟୁଜ), ବିଜ୍ଞରଞ୍ଜନ ମିଶ୍ର, (ଭାରତ ଦର୍ଶନ), କୁଞ୍ଜବିହାରୀ ରାଉତ (ଦର୍ଶନ)ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିମଳ କୁମାର ବିଶି, ସଞ୍ଜୀବ କୁମାର ମହାନ୍ତି, ରମେଶ ବଳ, କୁମାର ବେହେରା, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ କ୍ଲବର ସାଧାରଣ ସଂପାଦକ ବିବେକାନନ୍ଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କ୍ଲବର ଉପସଭାପତି ନିରଞ୍ଜନ ଦାସ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ଲବର ଉପଦେଷ୍ଟା ଡ.ପିତବାସ ମିଶ୍ର ଓ ସଭାପତି ତ୍ରିଲୋଚନ ପଟ୍ଟନାୟକ ଅନ୍‌ଲାଇନ୍ ମାଧ୍ୟମରେ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ । ଉମେଶ ସିଂ, ସରୋଜ କୁମାର ବେହେରା, ଓ.ପି.ସିଂ, ପ୍ରମୋଦ କୁମାର ନାତୁଲ୍ୟ, ଅକ୍ଷୟ କୁମାର ଧଳ, ସୁରେଶ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More