ରାଉରକେଲା ବ୍ରାହ୍ମଣ ମହାସଭା ପକ୍ଷରୁ ହବିଷ୍ୟାଳିଙ୍କୁ ଫଳ ବଣ୍ଟନ

11

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଆଜି ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ରାଉରକେଲା ବ୍ରାହ୍ମଣ ମହାସଭା ତରଫରୁ ହବିଷ୍ୟାଳିଙ୍କୁ ଫଳବଂଟନ କରାଯାଇଛି। ପ୍ରତ୍ୟେକ ବର୍ଷ ପବିତ୍ର କାର୍ତିକ ମାସର କୃଷ୍ଣ ଏକାଦଶୀ ଦିନ ବ୍ରାହ୍ମଣ ମହାସଭା ପକ୍ଷରୁ ଫଳ ବଂଟନ କରାଯାଇଥାଏ। ଆଜି ହବିଷ୍ୟାଳି ମାନେ ଏକାଦଶୀ ଉପବାସ ଯୋଗୁଁ ଅନ୍ବ ଗ୍ରହଣ କରିବେ ନାହିଁ। ତେଣୁ ସେମାନଙ୍କୁ ଫଳ ବଂଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟରେ ବ୍ରାହ୍ମଣ ମହାସଭାର ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧା ଷଡଙ୍ଗୀଙ୍କ ତତ୍ବାବଧାନରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ, ସଂପାଦକ ଜ୍ୟୋର୍ତିମୟ ଆଚାର୍ଯ୍ୟ, ଉପସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ,ବରିଷ୍ଠ ସଦସ୍ୟ ଦିଲିପ କୁମାର ଦାଶ, ଗୀତା ଆଚାର୍ଯ୍ୟ, ରାଜେଶ୍ୱର ନାୟକ ଓ କମଳା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ହବିଷ୍ୟାଳିଙ୍କୁ ଫଳ ବଂଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ମହାପ୍ରବନ୍ଧକ ତଥା ସମାଜସେବୀ ବିମଳ କୁମାର ବିଶି ଅତିଥି ଭାବରେ ଯୋଗଦେଇ ଫଳ ବଂଟନ କରିଥିଲେ।ଫଳ ବଂଟନ ପରେ ହବିଷ୍ୟାଳି ଙ୍କ ସହିତ ଶ୍ରୀମତୀ ଷଡଙ୍ଗୀ କାର୍ତିକ ମାସର ମହନୀୟତା ସଂପର୍କରେ ଆଲୋଚନା କରିବା ସହ ସମସ୍ତ ସଦସ୍ୟ ମିଶି ଜଗନ୍ନାଥ ମହାପ୍ରଭୁଙ୍କ ନାମ ସ୍ମରଣ କରି ରାଜ୍ୟର ତଥା ଦେଶର ମଙ୍ଗଳ କାମନା କରିଥିଲେ । ରାଉରକେଲାରୁ କ୍ୟାମେରମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More