ରାଉରକେଲା କଲେଜରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

12

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଓ ‘ଶପଥ ପାଠ’ ତଥା ‘ସତର୍କତା ଜଗରୂକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଉତ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଓ ଜୀବନାଦର୍ଶକୁ ମନେପକାଇ ତାଙ୍କ ଜୟନ୍ତୀକୁ ସାରା ଭାରତବର୍ଷ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରୁଛି । ତେଣୁ ତାଙ୍କର ସେହି ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ସ୍ମରଣ କରି ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥ ନେବା। ସେହିପରି ଦ୍ବିତୀୟାର୍ଦ୍ଧରେ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନରେ ନିଜର ସହଯୋଗିତା ପାଇଁ ‘ସତର୍କତା ଜଗରୂକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ସମସ୍ତ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ କରାଇଥିଲେ । ମହାବିଦ୍ୟାଳୟର ‘ଜାତୀୟ ସେବା ଯୋଜନା’ର ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ଦାୟିତ୍ଵରେ ଥିବା ଅଧ୍ୟାପକ ବନବିହାରୀ କିଶାନ, ଯୁକ୍ତ ୩ ସ୍ତରୀୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଯୁକ୍ତ ୩ ଛାତ୍ରୀ ବିଭାଗର ଦାୟିତ୍ୱରେ ଥିବା ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ତଥା ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପକ ଅଜିତ ବେକ୍, ଅଧ୍ୟାପିକା ମମତା ନାୟକ ଓ ଅଧ୍ୟାପିକା ଶୂଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ପାଟ୍ଟଶାଣୀ ମଂଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀଯୁକ୍ତ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ବାଳ, ସ୍ବିଟି ପଟ୍ଟନାୟକ, ନିରଂଜନ ଧରେଇ, ସଂଗୀତା ବେହେରା, ମିନୁଲତା, ଭବାନୀ ସାହୁ, ରୂପଶ୍ରୀ ଖୁଣ୍ଟିଆ, ମନସ୍ପୀ ଜେନା, ମଧୁସ୍ମିତା, ସୂରଜ ମୁଣ୍ଡାରୀ, ପୂଜାରିଣୀ ମହାପାତ୍ର ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More