ରାଉରକେଲା କଲେଜରେ ‘ବନ ମହୋତ୍ସବ ସପ୍ତାହ’ ପାଳିତ

10

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ‘ବନ ମହୋତ୍ସବ ସପ୍ତାହ’ ପାଳନ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନା ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଜର୍ଣ୍ଣାଲିଷ୍ଟ ଆସୋସିଏସନ’ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇ କହିଲେ ଯେ “ପ୍ରାକୃତିକ ବିପଦ ଓ ମଣିଷକୃତ ଏକଧିକ କାରଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁଁ କେବଳ ପ୍ରାକୃତିକ ସଂପଦ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିନଥାଏ; ବରଂ ମୃତ୍ତିକା କ୍ଷୟ, ତୃଣଭୋଜି ପ୍ରାଣୀଙ୍କ ଚାରଣଭୂମି, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ-ଜୀବିକା ନଷ୍ଟ ତଥା ତାପମାତ୍ରାରେ କ୍ରମାଗତ ବୃଦ୍ଧି ଦେଖାଦେଇଥାଏ। ପ୍ରକୃତି ମଧ୍ୟ ତାର ଭାରସାମ୍ୟ ହରାଇଥାଏ ଓ ତାର ଜୈବ ବିବିଧତା ନଷ୍ଟ ହୋଇଥାଏ। ତେଣୁ ପ୍ରତ୍ୟେକ ମଣିଷ ବୃକ୍ଷରୋପଣ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ପଡିବ।” ସଭାପତିତ୍ବ ଅଭିଭାଷଣରେ ପ୍ରଫେସର ପ୍ରଧାନ ଜଳବାୟୁର ପରିବର୍ତ୍ତନ ଓ ଅନିୟମିତତାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଅନାବଶ୍ୟକ ଗଛ କଟାରୁ ବିରତ ରହିବା ସହ ବୃକ୍ଷରୋପଣକୁ ଗୁରୁତ୍ୱାରୋପ କରିଥିଲେ। ଅନ୍ୟଦ୍ବୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ଅଧ୍ୟାପକ ବନବିହାରୀ କିଶାନ ବନୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଶ୍ରୀଯୁକ୍ତ ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଯଥା- ବୃକ୍ଷରୋପଣ, ସ୍ଲୋଗାନ, ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା ସହ ଚର୍ଚ୍ଚା ଓ ସ୍ବଚ୍ଛତା ତଥା ଉଦଯାପନୀ ଉତ୍ସବରେ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅତିଥି, ଅଧ୍ୟକ୍ଷା, ଅଧ୍ୟାପକ-ଅଧ୍ୟାପିକା ଓ ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More