ରାଉରକେଲା ଏଲଆଇସି ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟ ଏସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ

10

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ରାଉରକେଲା ଏଲଆଇସି ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟ ଏସୋସିଏସନର ଶାଖା ସଭାପତି ଶ୍ରୀ ସୁବ୍ରତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସର୍ବ ଭାରତୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ସଂଘ ତରଫରୁ ସେପ୍ଟେମ୍ବର୧ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ରଖାଯାଇଛି। ବିମାଧାରୀଙ୍କ ଓ ଅଭିକର୍ତ୍ତା ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟାକୁ ଜୀବନ ବୀମା ନିଗମର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଉପସ୍ଥାପନ କରିବା ସତ୍ୟେ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ ନକରିବାରୁ ସଙ୍ଘ ଧାରଣା ପାଇଁ ଡାକରା ଦେବାକୁ ଉଚିତ ମନେ କରିଛନ୍ତି। ବିମାଧାରୀଙ୍କ ପଲିସି ଉପରେ ବନୋସ ହାର ବୃଦ୍ଧି, ପଲିସି ଉପରେ ରୁଣ ସୁଧହାର ହ୍ରାସ, ପଲିସି ଉପରେ GST ଉଛେଦ, ଏକ କାଳୀନ KYC ବ୍ୟବସ୍ଥା,ଏପରି ପ୍ରାୟ ୧୨ ଟି ପ୍ରସ୍ତାବ ରଖା ଯାଇଛି, ଏବଂ ଦେଶ ବ୍ୟାପି କାର୍ଯ୍ୟ କରୁଥିବା ୧୩ ଲକ୍ଷ ରୁ ଉର୍ଦ୍ଧ୍ବ ଅଭିକର୍ତ୍ତାଙ୍କ ଗ୍ରାଚୁଟି ବୃଦ୍ଧି, ଅଭିକର୍ତ୍ତାଙ୍କ ପରିବାର ପାଈଁ ସ୍ୱାସ୍ଥ୍ୟ ବୀମା ଯୋଜନା, ପିଲା ମାନଙ୍କ ପାଠ ପଢା ନିମନ୍ତେ ରୁଣ ବ୍ୟବସ୍ଥା ଆଦି ପାଇଁ ପ୍ରାୟ ୧୨ଟି ପ୍ରସ୍ତାବ ସଙ୍ଘ ତରଫରୁ ଦାବି କରାଯାଉଛି । ଉକ୍ତ କାର୍ଯ୍ୟକ୍ରମ ଦେଶ ବ୍ୟାପି ୨୦୪୮ ଶାଖା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ୫ ଶତ ଉପଶାଖା ମାନଙ୍କରେ ସମସ୍ତ ଅଭିକର୍ତ୍ତା ମାନଙ୍କର ଆନ୍ଦୋଳନ ଓ ନାରା ବାଜି ଜାରି ରହିଛି। ଉକ୍ତ ଆନ୍ଦୋଳନ ରେ ପୂର୍ବ ମଧ୍ୟ କ୍ଷେତ୍ରୀୟ ପରିଷଦ , ପାଟନାର ଅଭିକର୍ତା ସଙ୍ଘର ସମ୍ପାଦକ ଶ୍ରୀ ସରୋଜ କୁମାର ସଂଖୁଆ, କୋଷାଧ୍ୟକ୍ଷ ଶ୍ରୀ ଯୁବଜାନି ବେଜ , ପୂର୍ବତନ ଖେତ୍ରୀୟ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପାଢୀ, ଶାଖା ଏଜେଣ୍ଟ ଏସୋସିଏସନର ଉପସଭାପତି ଶ୍ରୀ ଅମର ବିଜୟ ପୃସେଠ, ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ସାହୁ,ଉପସମ୍ପାଦକ ଶ୍ରୀ ବିବୁଧ ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ଓ ଶତାଧିକ ଏଜେଣ୍ଟ ବନ୍ଧୁ ଆଜିର ରେଷ୍ଟ ଡେରେ ଯୋଗଦାନ କରିଥିଲେ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଆନ୍ଦୋଳନକୁ ସଫଳ ମଣ୍ଡିତ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More